Only for Entertainment

ଖରାଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ବାଦାମ କୁଲଫି ।

youtube
0 37

ଖରାଦିନ ଆସିବା ମାତ୍ରେ ସମସ୍ତଙ୍କୁ ଆଇସକ୍ରିମ ଭାରି ପସନ୍ଦ । କେବଳ ଖରାଦିନ ନୁହେଁ ସବୁ ସମୟରେ ଆଇସକ୍ରିମ ଖାଇବାକୁ ଭଲ ଲାଗେ । ଆଇସକ୍ରିମ ଭଳି କୁଲଫି ମଧ୍ୟ ସମସ୍ତଙ୍କର ପସନ୍ଦ । ଆପଣ ବଜାର ବ୍ୟତୀତ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ ଟେଷ୍ଟି ଟେଷ୍ଟି ବାଦାମ କୁଲଫି ।

ଆବଶ୍ୟକ ସାମଗ୍ରୀ-ଗୋଟିଏ କପ୍‌ କଟା ହୋଇଥିବା ବାଦାମ, ଗୋଟିଏ କଣ୍ଡେଷ୍ଟ ମିଲ୍କ, ଅଧା କପ୍‌ କ୍ଷୀର, କ୍ରିମ୍‌ ଓ କେଶର।

ପ୍ରସ୍ତୁତି ପ୍ରଣାଳୀ- ଏକ ବଡ ଜାଗାରେ ବାଦାମ, କ୍ରିମ୍‌ ଓ କଣ୍ଡେଷ୍ଟ ମିଲ୍କ ଭଲ ଭାବେ ଗୋଳାଇ ବହଳିଆ ପେଷ୍ଟ ତିଆରି କରନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ଏକ ପ୍ୟାନ୍‌ରେ କ୍ଷୀର ଫୁଟାଇ ରଖନ୍ତୁ। ଏଥିରେ କେଶର ପକାଇ ଦିଅନ୍ତୁ। କେଶର କ୍ଷୀରରେ ମିଶିଗଲା ପରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହେବ। ଏହାପରେ ଗ୍ୟାସ ବନ୍ଦ କରି ଥଣ୍ଡା ହେଲା ଯାଏଁ ରଖନ୍ତୁ। ଏବେ କେଶର କ୍ଷୀରକୁ ପ୍ରସ୍ତୁତ କରିଥିବା ପେଷ୍ଟ ସହ ମିଶାଇ ଦିଅନ୍ତୁ। ଏହାପରେ ଅଳ୍ପ ଆଞ୍ଚରେ ବାଦାମକୁ ଭାଜି ଦିଅନ୍ତୁ। ଏହାପରେ ଏହାକୁ କାଟି ଦିଅନ୍ତୁ। ସେଥିମଧ୍ୟରୁ କିଛି ବାଦାମକୁ ପେଷ୍ଟରେ ମିଶାଇ ଦିଅନ୍ତୁ ଓ ଆଉ କିଛି ଗାର୍ନିସ ପାଇଁ ଅଲଗା ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ପେଷ୍ଟ କୁଲ୍‌ଫିକୁ ୪ ଘଣ୍ଟା ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ଫ୍ରିଜ୍‌ରୁ ବାହାର କରି ବାଦାମ ଓ କେଶର ଗାର୍ନିସ କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More