Only for Entertainment

୧୦୦ କୋଟି କ୍ଲବରେ ସାମିଲ ହେଲା ‘ବଧାଇ ହୋ’, ନିଜ ନାମରେ କାଲା ଏହି ରେକର୍ଡ

Aaj tak
28

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବଧାଇ ହୋ’ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ଭାବେ ଉଭା ହୋଇଛି । ଏହି ଫିଲ୍ମକୁ ଦର୍ଶକଙ୍କ ଢେର ଭଲପାଇବା ମିଳିଛି ଯାହା ଫଳରେ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ୨୦୧୮ରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ୧୦ମ ଫିଲ୍ମ ହୋଇପାରିଛି ଫିଲ୍ମ ‘ବଧାଇ ହୋ’ । ଚଳିତ ବର୍ଷ ରିଲିଜ ହୋଉଥିବା ଆୟୁଷ୍ମାନ ଖୁରାନାଙ୍କ ଦୁଇଟି ଫିଲ୍ମ ‘ଅନ୍ଧାଧୁନ’ ଏବଂ ‘ବଧାଇ ହୋ’ ବକ୍ସ ଅଫିସରେ ଭଲ ବ୍ୟବସା ୟ କରିଛି । ଅନ୍ଧାଧୁନ ୬୬ କୋଟି ୧୦ଲକ୍ଷ ଆୟ କରିଥିବା ବେଳେ ବଧାଇ ହୋ ୧୦୦ କୋଟି ଛୁଇଁଛି ।


ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମର ବ୍ୟବସାୟ ବିଷୟରେ ସୂଚନା ଦେଇଥିଲେ ଏବଂ ଫିଲ୍ମର କଣ୍ଟେଣ୍ଟ କୁ ପ୍ରଶଂସା କରିଥିଲେ । କମ ବଜେଟର ଫିଲ୍ମ ହୋଇ ମଧ୍ୟ ମାତ୍ର ୧୭ ଦିନରେ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ଫିଲ୍ମରେ ଅୟୁଷ୍ମାନ ଖୁରାନାଙ୍କ ସହିତ ଦଙ୍ଗଲ ଗର୍ଲ ସାନ୍ୟା ମଲହୋତ୍ରା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More