Only for Entertainment

‘ବଧାଇ ହୋ’ ମେକର୍ସଙ୍କୁ ଦିଲ୍ଲୀ ସରକାରଙ୍କ ନୋଟିସ, ଜାଣନ୍ତୁ କ’ଣ ରହିଛି କାରଣ ।

NDTV Khabar
27

ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ବଧାଇ ହୋ’ ବକ୍ସ ଅଫିସରେ ଏବେ ଛାଇ ରହିଛି । ୨୦ କୋଟିରେ ନିର୍ମିତ ହୋଇଥିବା ଏହି ଫିଲ୍ମ ଏବେ ୭୫ କୋଟିରୁ ଅଧିକ ବଜନେସ କରି ସାରିଥିବା ବେଳେ ଦର୍ଶକ ମଧ୍ୟ ଫିଲ୍ମକୁ ଢେର ପ୍ରଶଂସା କରିଛନ୍ତି । ଇତି ମଧ୍ୟରେ ଦିଲ୍ଲୀ ସରକାର ଫିଲ୍ମର ମେକର୍ସଙ୍କୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ବଧାଇ ହୋ’ର ନିର୍ମାତା, ନିଦ୍ଦେର୍ଶକ ଏବଂ ଅଭିନେତାଙ୍କୁ ନୋଟିସ ଜାରି କରି ଫିଲ୍ମରୁ ଧୁମ୍ରପାନ ଏବଂ ତମାଖୁ ଉତ୍ପାଦନର ବିଜ୍ଞାପନ ହଟାଇବା ପାଇଁ କହିଛନ୍ତି ।

ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଏସ. କେ ଅରୋଡା କହିଛନ୍ତି ଯେ, ଫିଲ୍ମରେ ଧୁମ୍ରପାନର ଅନେକ ଗୁଡିଏ ସିନ ରହିଛି । ଏହା ସହିତ ଫିଲ୍ମରେ ବାରମ୍ଭାର ଗୋଟିଏ ଦେକାନକୁ ଦେଖାଯାଇଛି, ଯେଉଁଥିରେ ତମାଖୁର ଅନେକ ପ୍ୟାକେଟ ଦେଖିବାକୁ ମିଳିଛି । ଏହା ସିଗାରେଟ ଏବଂ ତମାଖୁ ଉତ୍ପାଦ ଅଧିନିୟମ ଧାରା ପାଂଚର ଉଲ୍ଲଙ୍ଘନ ଅଟେ । ସିଓଟିପିଏର ଧାରା ୨୨ ଅନୁସାରେ ଏହା ଦଣ୍ଡନୀୟ ଅପରାଧ ।

ଅରୋଡା ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମରେ ଧୁମ୍ରପାନ ଏବଂ ତମାଖୁର ଦୃଶ୍ୟକୁ ହଟାଇବା ପାଇଁ ମେକର୍ସଙ୍କୁ କୁହାଯାଇଛି । ଏହି ଅପରାଧ ଅନୁସାରେ ପ୍ରଥମ ଅପରାଧ ପାଇଁ ଦୁଇ ବର୍ଷ ଦଣ୍ଡ କିମ୍ବା ଏକ ହଜାର ଜୋରିମାନା କିମ୍ବା ଦୁଇଟି ହୋଇପାରେ । ସେହିପରି ଦ୍ୱିତୀୟ ଅପରାଧ ପାଇଁ ପାଂଚ ବର୍ଷ ଦଣ୍ଡ ସହିତ ୫ ହଜାର ଜୋରିମାନ ଲାଗିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More