Only for Entertainment

ଆସନ୍ତା କାଲି ରିଲିଜ ହେବ ଅମିତାଭଙ୍କ ବଦଲା ଫିଲ୍ମର କ୍ୟୋଁ ରବା ଗୀତ, ନଜର ଆସିବ ଭଙ୍ଗା ହୃଦୟର କଷ୍ଟ ।

bollywood tadka
28

ବିଗ ବି ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ପୁଣିଥରେ ଏକା ସାଙ୍ଗରେ ରୂପେଲି ପରଦାକୁ ଫେରିଛନ୍ତି । ନିକଟରେ ଏହାର ଚମତ୍କାର ପୋଷ୍ଟର ଏବଂ ମଜାଦାର ଟ୍ରେଲର ରିଲିଜ ହୋଇଥିଲା । । ଏବେ ବଦଲାର ନିର୍ମାତା ଫିଲ୍ମର ପ୍ରଥମ ଗୀତ କ୍ୟୋଁ ରବା ରିଲିଜ କରିବାକୁ ପ୍ରସ୍ତୁତ ।

ଏହି ଟ୍ରାକ୍ର କାମ କରିଛନ୍ତି ଲୋକପ୍ରିୟ ଅମାଲ ଏବଂ ଅରମାନ ମଲିକ । ଏହି ଗୀତ ଭଙ୍ଗା ହୃଦୟର କଷ୍ଟକୁ ଦର୍ଶାଉଥିବା ନଜର ଆସିବ । ଅମାଲଙ୍କ କହିବା ଅନୁସାରେ ଲୋକଙ୍କ ଭାବନାକୁ ଆମେ ଚିତ୍ରରେ ପ୍ରକାଶ କରିବାକୁ ଚେଷ୍ଟା କରୁଛୁ । ଆମ କାମ ହେଉଛି ସେହି ବିଶେଷ ଆବଶ୍ୟକତାକୁ ପୂରଣ କରିବା । ମୁଁ ପୂର୍ବରୁ ଏହିଭଳି ଗୀତ ପ୍ରସ୍ତୁତ କରିବାକୁ ଚାହୁଁଥିଲି ବୋଲି କହିଛନ୍ତି ଅମାଲ ।

ଫିଲ୍ମ ଏବଂ ଗୀତକୁ ଖାସ କହିଛନ୍ତି ଅମାଲ । ସୁଜାୟ ଘୋଷଙ୍କ ସହିତ ଏହା ତାଙ୍କର ପ୍ରଥମ ଫିଲ୍ମ । କେବଳ ସେତିକି ନୁହେଁ ଶାହାରୁଖଙ୍କ ରେଡ ଚିଲ୍ଲି ସହିତ ପ୍ରଥମ ଏବଂ ତାପସୀ ପନ୍ନୁଙ୍କ ସହିତ ମଧ୍ୟ ଅମାଲଙ୍କର ଏହା ପ୍ରଥମ ଫିଲ୍ମ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତିଯେ ମାନନୀୟ ଅମିତାଭ ବଚ୍ଚନଙ୍କ ପାଇଁ ରଚନା କରିବା ଏକ ସବୁଠାରୁ ବଡ଼ କଥା । ଫିଲ୍ମର ପ୍ରଥମ ଗୀତ ଆସନ୍ତା କାଲି ରିଲିଜ ହେବ ଏବଂ ସିନେମା ୮ ମାର୍ଚ୍ଚ ୨୦୧୯ରେ ସିନେମା ଘରେ ରିଲିଜ ହେବ ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More