Only for Entertainment

ନିଆରା କାହଣୀକୁ ନେଇ ରିଲିଜ ହେଲା ଓଡିଆ ମ୍ୟୁଜିକ ଭିଡିଓ ‘ବଦମାସ ବୟସ’, ଦେଖନ୍ତୁ

YouTube
101

ନିଆରା ପ୍ରେମ କାହଣୀକୁ ନେଇ ଭି ଟ୍ୟୁନ ପ୍ରସ୍ତୁତ କରିଛି ଏକ ମ୍ୟୁଜିକ ଭିଡିଓ ‘ବଦମାସ ବୟସ’ । ଏହି ମ୍ୟୁଜିକ ଭିଡିଓରେ ପୁଅଟି କିପରି ତାହା ଠାରୁ ବୟସରେ ଢେର ବଡ ଜଣେ ବିଧବା ମହିଳାଙ୍କ ପ୍ରେମରେ ପଡୁଛି ତାହା ଦେଖିବାକୁ ମିଳିଛି । ଗୀତରେ ଅଭିନେତ୍ରୀ ବିଦୁସ୍ମିତା ଏବଂ ମୁକେଶଙ୍କୁ ଦେଖିବାକୁ ମିଳିଛି ।

ଏହି ନିଆରା ପ୍ରେମ ଭରା ଗୀତରେ ସ୍ୱୟମ ପାଢୀଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଗୀତରେ ବିଭୂତି ଭୂଷଣ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ଗୀତର ଲିରିକ୍ସ ଲେଖିଛନ୍ତି ପଂଚାନନ ନାୟକ । ଭିଟ୍ୟୁନ ପ୍ରୋ ର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଗୀତକୁ ରିଲିଜ କରାଯାଇଛି । ଗୀତଟିକୁ ମାତ୍ର ଗୋଟିଏ ଦିନରେ ୨ ଲକ୍ଷ ୩୬ ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More