Only for Entertainment

ଭୁଲି ଯାଇଥିବା ବେଲପଣାକୁ ପୁଣିଥରେ ନିତିଦିନଆ ଡାଇଟରେ ସାମିଲ କରନ୍ତୁ, ମିଳିଥାଏ ଆବଶ୍ୟକତା ଠାରୁ ଅଧିକ ଫାଇଦା

verywell fit
63

ଯଦି ଆପଣ ବେଲ ପଣାରେ କିଛି ମାତ୍ରାର ଉଷୁମ ପାଣି ମିଶାଇ ପିଇବେ ତେବେ ଏହାଦ୍ୱାରା ରକ୍ତ ସଫା ରହିବ । ସେଥିପାଇଁ ବେଲପଣା ରେ ସାମାନ୍ୟ ମହୁ ମିଶାଇ ନିୟମିତ ପିଇବା ଉଚିତ୍ ।

ଯଦି ଆପଣ ବେଲ ପତ୍ରକୁ ବ୍ୟବହାର କରିବେ ତେବେ ଏହା ଉଚ୍ଚ ରକ୍ତଚାପକୁ କମ କରିବାରେ ସହାୟକ ହେବ । ସେଥିପାଇଁ ବେଲପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ । ଏଭଳି କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ । ଆସ୍ଥମା ରୋଗ ପାଇଁ ମଧ୍ୟ ବେଲଗଛ ଚେରକୁ କାଢା କରି ପିଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ ।

ଯଦି ଆପଣଙ୍କ ପେଟ ରୋଗ ଅଛି ତେବେ ଆପଣ ବେଲ ସେବନ କରନ୍ତୁ । ଏହାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିବ । ଏହାସହିତ କୋଷ୍ଟକାଠିନ୍ୟ , ଅପଚ,ଅଲ୍ସର ଆଦି ପାଇଁ ନିହାତି ଭାବେ ବେଲ ସେବନ କରନ୍ତୁ । ଏହାବ୍ୟତିତ ପ୍ରଚଣ୍ଡ ଗ୍ରୀଷ୍ମ ତାପର ଲୁ’ ରୁ ରକ୍ଷା ପାଇବା ପାଇଁ ବେଲ ପଣା ପିଅନ୍ତୁ ।

ଶରୀର ଗରମ ହୋଇ ପୋଡ଼ାଜଳା ଅନୁଭବ ହେଉଥିଲେ କଞ୍ଚା ବେଲକୁ ଫଟାଇ ରାଶି ତେଲରେ ପକାଇ ୨ ରୁ ୩ ମିନିଟ୍ ଛାଡି ଦିଅନ୍ତୁ । ଏବେ ସେହି ତେଲକୁ ଶରୀରରେ ମାଲିସ କରନ୍ତୁ, ଏଭଳି କରିବା ଦ୍ୱାରା ଶରୀରକୁ ଥଣ୍ଡା ଅନୁଭବ ହେବ । ଏହା ସମସ୍ତ ତତ୍ୱ ତଥା ଲିଭର ସମ୍ବନ୍ଧୀୟ ସମସ୍ୟାକୁ ଠିକ୍ କରିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More