Only for Entertainment

ଇଂଷ୍ଟାଗ୍ରାମରେ ଡେବ୍ୟୁ କଲେ ପ୍ରଭାସ, ହଠାତ ଆସୁ ଆସୁ…………….. ।

31

ଆକ୍ଟର ପ୍ରଭାସ ସାଉଥ ଫିଲ୍ମ ମାଧ୍ୟମରେ ଜବରଦସ୍ତ ଅଭିନୟ କରି କୋଟି କୋଟି ଲୋକଙ୍କ ହୃଦୟ ଜିତିବା ପରେ ବଲିଉଡରେ ଫିଲ୍ମ ସାହୋ ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏହା ଥିଲା ଫିଲ୍ମ କ୍ୟାରିଅର କଥା । କିନ୍ତୁ ପ୍ରଭାସଙ୍କୁ ନେଇ ଆସିଛି ଆଉ ଏକ ନୂଆ ଖବର । ଆଜ୍ଞା ହଁ ଫ୍ୟାନ୍ସଙ୍କ ଡିମାଣ୍ଡ ଯୋଗୁଁ ପ୍ରଭାସ ଇଂଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି, ଅର୍ଥାତ ସେ ଏକ ଆକାଉଂଟ ଖୋଲିଛନ୍ତି । ଦେଶ ଏବଂ ଦେଶ ବାହାରେ ପ୍ରଭାସଙ୍କ ଫ୍ୟାନ ଫଲୋଇଙ୍ଗ ଯଥେଷ୍ଟ ଅଧିକ । କିନ୍ତୁ ସେ ସୋସିଆଲ ମିଡିଆରେ ଆକ୍ଟିଭ ନଥିଲେ । ଇଂଷ୍ଟାଗ୍ରାମରେ ଆକାଉଂଟ ଖୋଲିବା ପରେ ଖୁବ ମାତ୍ରାରେ ପ୍ରଭାସଙ୍କ ଫ୍ୟାନ୍ସ ବଢିବାକୁ ଲାଗିଛନ୍ତି ।

ରିପୋର୍ଟ ଅନୁସାରେ ଆକାଉଂଟ ଖୋଲିବା ମାତ୍ରେ ପ୍ରଭାସଙ୍କର ୭ ଲକ୍ଷ ଫ୍ୟାନ ହୋଇ ସାରିଛନ୍ତି । କହିରଖୁଛୁଯେ ଏହା କେବେ ମଧ୍ୟ ହୋଇନାହିଁ ଯେତେବେଳେ କୌଣସି ସାଉଥ ଷ୍ଟାର ଆକାଉଂଟ ଖୋଲିଛନ୍ତି ଏବଂ ତାଙ୍କର ଏତେ ଫ୍ୟାନ୍ସ ତତକ୍ଷଣାତ ହୋଇଛନ୍ତି ।

ବାହୁବଳୀ ଏବଂ ବାହୁବଳୀ ଟୁ ମାଧ୍ୟମରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ପ୍ରଭାସ ଆଗାମୀ ଦିନରେ ୧୫ ଅଗ୍ମୃରେ ଫିଲ୍ମ ସାହୋ ଜରିଆରେ ଦର୍ଶକଙ୍କ ମନୋରଂଜନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More