Only for Entertainment

ଫିଲ୍ମ ‘ଜାନ’ରେ ଭିନ୍ନ ଅବତାରରେ ନଜର ଆସିବେ ବାହୁବଳୀ ପ୍ରଭାସ, ଏହି ଦିନ ଆରମ୍ଭ ହେବ ସୁଟିଂ

google
68

ସାଉଥ୍‍ ସୁପରଷ୍ଟାର୍‍ ପ୍ରଭାସଙ୍କ ପ୍ରସଂଶକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଟଲିଉଡ୍‍ର ନିର୍ଦ୍ଦେଶକ ରାଧାକୃଷ୍ଣ କୁମାରଙ୍କ ଆଗାମୀ ଫିଲ୍ମ ‘ଜାନ୍‍’ରେ ପ୍ରଭାସଙ୍କୁ ସାଇନ୍‍ କରାଯାଇଛି । ଫିଲ୍ମର ହିନ୍ଦୀ ଭର୍ସନର ନାମ ‘ଜାନ’ ରଖାଯାଇଥିବା ବେଳେ ଏହାର ତେଲଗୁ ଭର୍ସନର ନାମ ‘ଅନପନୀ’ ରଖାଯିବ ବୋଲି ଜଣାପଡ଼ିଛି । ଏହି ଫିଲ୍ମର ସୁଟିଂ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁଯାଉଛି । ଫିଲ୍ମରେ ପୂଜା ହେଗ୍‍ଡେଙ୍କୁ ‘ବାହୁବଲି’ଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ ।

ଫିଲ୍ମ ‘ସାହୋ’ ପରେ ସାଉଥ୍‍ ସୁପର୍‍ଷ୍ଟାର ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ଜାନ୍‍’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଫିଲ୍ମରେ ପ୍ରଥମ ଥର ଲାଗି ପ୍ରଭାସଙ୍କ ଅପୋଜିଟ୍‍ ପୂଜା ହେଗ୍‍ଡେଙ୍କୁ କାଷ୍ଟ କରାଯାଇଛି । ‘ଜାନ୍‍’ ଫିଲ୍ମର ସୁଟିଂ ୧୮ ନଭେମ୍ବରରୁ ଆରମ୍ଭ ହେବାକୁଯାଉଛି । ରାଧାକୃଷ୍ଣ କୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଏହା ରୋମାଣ୍ଟିକ୍‍ ଡ୍ରାମା ଫିଲ୍ମରେ ପ୍ରଭାସ ଏକ ଜ୍ୟୋତିଷ ଭୂମିକାରେ ନଜର ଆସିବେ ।

ଏଠାରେ ଉଲ୍ଲେଖନୀୟ ଥାଉ ଯେ, ଗୋଟିଏ ବର୍ଷ ପୂର୍ବରୁ ଏହି ଫିଲ୍ମର ଅଫିସିଆଲ ଲଞ୍ଚ୍‍ ହୋଇସାରିଥିଲା । ନଭେମ୍ବର ୨୦୧୮ରେ ଏହାର ସୁଟିଂ ଆରମ୍ଭ ହୋଇଥାନ୍ତା, କିନ୍ତୁ କୌଣସି କାରଣବଶତଃ ସୁଟିଂକୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ପରେ ପ୍ରଭାସ୍‍ ‘ସାହୋ’ରେ ବ୍ୟସ୍ତ ହୋଇଯାଇଥିଲେ । ଫିଲ୍ମଟିର ସଙ୍ଗୀତ ନିର୍ଦ୍ଦେଶନା ଅମିତ୍‍ ତ୍ରିବେଦୀଙ୍କୁ ଦିଆଯାଇଛି ।

ସୂଚନାଥାଉ ଯେ, ଏଇ ନିକଟରେ ମୁକ୍ତିଲାଭ କରିଥିବା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ୩୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବକ୍ସଅଫିସରେ କଲେକ୍ସନ୍‍ କରିଥିଲା । ଫିଲ୍ମରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ଆକ୍ସନ୍‍ ଦେଖିବାକୁ ମିଳିଥିଲା । ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଡାଇରେକ୍ଟର ସୁଜୀତ ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିଲେ । ଅପରପକ୍ଷରେ ନିକଟରେ ମୁକ୍ତିଲାଭ କରିଥିବା ପୂଜାଙ୍କ ଫିଲ୍ମ ‘ହାଉସ୍‍ଫୁଲ-୪’କୁ ବକ୍ସଅଫିସରେ ଭଲ ପ୍ରତିକ୍ରିୟା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More