Only for Entertainment

‘ବାଜିରାଓ ମସ୍ତାନୀ’ ପରେ ସ୍କ୍ରିନ ଶେୟାର କରିବେ ରଣବୀର-ଦୀପିକା!

times now
29

ବଲିଉଡ ଏବଂ ହଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କୁ ବହୁ ବର୍ଷ ପରେ ଫିଲ୍ମ ଦ ସ୍କାଇ ଇଜ ପିଙ୍କ’ରେ ଦେଖିବାକୁ ମିଳିଛି । ଫିଲ୍ମକୁ ଦର୍ଶକ ଏବଂ ସିନେ ତାରକା ବେଶ୍ ପସନ୍ଦ କରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଖବର । କୁହାଯାଉଛି ପୁଣିଥରେ ବଲିଉଡ ପରଦାରେ ନଜର ଆସିବେ ଦେଶୀ ଗର୍ଲ । ତେବେ ସଂଜୟ ଲୀଲା ଭଂସାଲୀ ଦୁଇଜଣଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ସୂଚନା ମିଳିଛି ।

 

ଛଅ ଦିନ ତଳେ ଦୀପାବଳି ଅବସରରେ ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଏହା ସଞ୍ଜୟ ଲୀଲା ଭଂଶାଲୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ବୋଲି ଏଥିରେ ଲେଖାଯାଇଥିଲା। ଏହା ସହିତ ଫିଲ୍ମଟି ୨୦୨୧ ଦୀପାବଳିରେ ରିଲିଜ୍ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଏଥିରେ କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟଙ୍କ ସମ୍ପର୍କରେ କିଛି ଲେଖା ଯାଇ ନଥିଲା।

ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହି ନୂଆ ଫିଲ୍ମ ସମ୍ପର୍କରେ ସୂଚନା ଦିଆଯିବାର ବେଶ୍ କିଛି ଦିନ ପୂର୍ବରୁ ରଣବୀରଙ୍କୁ ବାରମ୍ବାର ସଞ୍ଜୟ ଲୀଲା ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା। ସେତେବେଳଠାରୁ ଚର୍ଚ୍ଚା ହେଉଥିଲା ଯେ ଭଂଶାଲୀ ଓ ରଣବୀର ନିଶ୍ଚିତ ଆଗକୁ କୌଣସି ଫିଲ୍ମ କରିବେ। ଆଉ ଏବେ ଭଂଶାଲୀଙ୍କ ଏହି ଫିଲ୍ମ ଘୋଷଣା ପରେ ସେହି ଚର୍ଚ୍ଚା ସତ ପାଲଟି ଯାଇଛି। ସୂଚନାଯୋଗ୍ୟ, ‘ଗୋଲିୟୋଁ କୀ ରାସ୍‌ଲୀଲା ରାମ୍‌ଲୀଲା’, ‘ପଦ୍ମାବତ’, ଓ ‘ବାଜିରାଓ ମସ୍ତାନୀ’ ଫିଲ୍ମରେ ଭଂଶାଲୀ ଓ ରଣବୀର ଏକାଠି କାମ କରିଛନ୍ତି। ଦୁହିଁଙ୍କ ଫିଲ୍ମକୁ ଦର୍ଶକ ବି ବେଶ୍ ପସନ୍ଦ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More