Only for Entertainment

ସାମ୍ନାକୁ ଆସିଲା ଦୀପାବଳିର ପ୍ରମୋ ଭିଡିଓ, ୨୬ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଲା ଫିଲ୍ମର କିଛି ଖାସ ଅଂଶ !

26

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଅପକମିଂ ଫିଲ୍ମ ବାଲା । ଆୟୁଷ୍ମାନ ଖୁରାନାଙ୍କ ଅଭିନୀତି ବାଲାରେ ରହିଛି ନୂଆ କାହାଣୀ ଓ ମଜାଦାର ଭୂମିକା । ରିଲିଜ ହୋଇଥିବା ଟ୍ରେଲର ଓ ୨ଟି ଗୀତକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏବେ ଆସିଛି ଏହାର ଦୀପାବଳି ପ୍ରମୋ । ୨୬ ସେକେଣ୍ଡର ପ୍ରମୋରେ ଫିଲ୍ମର କିଛି ଖାସ ଭାଗକୁ ସ୍ଥାନ ଦିଆଯାଇଛି । ଚନ୍ଦାପଣର କାହାଣୀକୁ ନେଇ ଗଢିଉଠିଛି ଫିଲ୍ମ ବାଲାର କାହାଣୀ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ୟାମୀ ଗୌତମଙ୍କ ପ୍ରମୁଖ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଭୂମି ପେଡନେକର ମଧ୍ୟ ନଜର ଆସିବେ ।

ଦ୍ୱିତୀୟ ଥର ଭୂମି ଏବଂ ଆୟୁଷ୍ମାନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ପରଦାରେ ନଭେମ୍ବର ୭ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More