Only for Entertainment

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ର ପ୍ରଥମ ଗୀତ Don’t Be Shy, ବାଲ୍ଡ ଲୁକରେ ଛାଇଲେ ଅଭିନେତା

you tube
20

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ର ପ୍ରଥମ ଗୀତ ‘ଡୋଣ୍ଟ ବି ସାଏ’କୁ ମେକର୍ସ କିଛି ସମୟ ପୂର୍ବରୁ ରିଲିଜ କରିଛନ୍ତି । ସୋନି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଗୀତଟି ରିଲିଜ ହୋଇଛି । ଗୀତରେ ଅଭିନେତା ଆୟୁଷ୍ମାନ ଖୁରାନା, ଭୂମି ପେଡନେକର, ୟାମୀ ଗୌତମଙ୍କ ସହିତ ବାଦଶାହଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଏହି ପାର୍ଟି ନମ୍ବରକୁ ବାଦଶାହ, ଶାଲମଲୀ ଖୋଲଗଡେ, ଗୁରୁଦୀପ ମେହେନ୍ଦୀ ଏବଂ ସଚିନ-ଜିଗର ମିଳିତ ଭାବେ ଭଏସ ଦେଇଥିବା ବେଳେ ଏବାକୁ କମ୍ପୋଜ କରିଛନ୍ତି ସଚିନ -ଜିଗର ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଆୟୁଷ୍ମାନଙ୍କ ପ୍ରତିଟି ଫିଲ୍ମ ପରି ଏହି ଫିଲ୍ମର ଟ୍ରେଲରକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଆୟୁଷ୍ମାନ ପ୍ରତ୍ୟେକ ଫିଲ୍ମରେ ୟୁନିକ ଚରିତ୍ରରେ ନଜର ଆସିଛନ୍ତି ଏବଂ ବାଲା ଫିଲ୍ମରେ ମଧ୍ୟ ତାଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିବ । ଫିଲ୍ମ ୭ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More