Only for Entertainment

‘ବାଲା’ର ଟ୍ରେଲର ଲଂଚ: କମେଡ଼ିର ଡବଲ ଡୋଜ, ଚନ୍ଦାପଣ ଯୋଗୁଁ ଚିନ୍ତିତ ଆୟୁଷ୍ମାନ୍

hindirush
45

ଫିଲ୍ମ ଡ୍ରିମଗର୍ଲର ସଫଳତା ପରେ ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ଖୁବଶୀଘ୍ର ରିଲିଜ ହେବା ପାଇଁ ପ୍ରସ୍ତୁତ । ଫିଲ୍ମର ଟ୍ରେଲର ଲଂଚ ହୋଇ ସାରିଛି । ଫିଲ୍ମର ଟ୍ରେଲର ୨ ମିନିଟ ୪୭ ସେକେଣ୍ଡର । ଆୟୁଷ୍ମାନଙ୍କ ବ୍ୟତୀତ ଫିଲ୍ମରେ ଭୂମି ନେଡନେକର ଏବଂ ୟାମୀ ଗୌତମ ମଧ୍ୟ ନଜର ଆସିବେ । ଆୟୁଷ୍ମାନ ଖୁରାନା ଚନ୍ଦାପଣକୁ ନେଇ ଚିନ୍ତିତ ଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଭୂମି ପେଡନେକର ମଧ୍ୟ ଏକ ସମସ୍ୟାରେ ପିଡ଼ିତ, ଯାହା ତାଙ୍କ ସାବନା ରଙ୍ଗ । ତେବେ ଦୁଇଜଣ ପରସ୍ପରର ସମସ୍ୟାରୁ ବାହାରିବାକୁ ଚେଷ୍ଟା କରୁଥିବାର ଫିଲ୍ମରେ ଦେଖିବାକୁ ମିଳିବ ।

ନିର୍ମାତା ଟ୍ରେଲର ଲଂଚ କରିବା ସହିତ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଯେଉଁଥିରେ ପୂର୍ବ ତାରିଖ ବଦଳିଥିବା ଦେଖିବାକୁ ମିଳିଛି । କହିରଖୁଛୁ ପ୍ରଥମେ ଫିଲ୍ମ ୨୨ ନଭେମ୍ବରକୁ ରିଲିଜ ହେବାର ଥିଲା, କିନ୍ତୁ ଏବେ ଏହା ୭ ନଭେମ୍ବରକୁ ରିଲିଜ ହେବ ବୋଲି ନିର୍ମାତା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More