Only for Entertainment

ଚୁଲି ନୁହେଁ ଏବେ ଗ୍ୟାସ ଚୁଲାରେ ମଧ୍ୟ ପ୍ରସ୍ତୁତି କରିପାରିବେ କଦଳୀ ପତ୍ରପୋଡା ମାଛ !

18

ଆବଶ୍ୟକୀୟ ସାମଗ୍ରୀ :

୧ କିଲୋ ମାଛ

୨ ଚାମଚ କଟା କଞ୍ଚା ଲଙ୍କା

୪ଟି କଟା ପିଆଜ

ସ୍ବାଦାନୁସାରେ ଲୁଣ

୨ଟି କଦଳୀ ପତ୍ର

୨ ଚାମଚ ଲେମ୍ବୁ ରସ ଓ ୨ ଚାମଚ ସୋରିଷ ତଲ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ କିଚେନ୍‌ ଟାୱଲରେ ଭଲ ଭାବେ ପୋଛନ୍ତୁ। ଗ୍ୟାସ୍‌କୁ ଧିମା ଆଞ୍ଚରେ ରଖି ଏହି କଦଳୀ ପତ୍ରକୁ କିଛି ଉପରେ ରଖି ଧିରେ ଧିରେ ବୁଲାନ୍ତୁ। ଏପରି କଲେ କଦଳୀ ପତ୍ର କୁକିଂ ପାଇଁ ପୂରା ଉପଯୁକ୍ତ ହୋଇଯିବ। ମାଛକୁ ପ୍ୟାକ୍ କରିବା ପାଇଁ ଯେତିକି ବଡ଼ ପତ୍ର ଦରକାର ସେପରି କାଟନ୍ତୁ। ଏବେ ଏକ ବଡ଼ ପାତ୍ରରେ କଟା ମାଛ, ଅଧା କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କାକୁ ଏକାଠି ମିଶାନ୍ତୁ। ଏହାକୁ କଦଳୀ ପତ୍ର ଉପରେ ରଖି ପାର୍ସଲ କଲା ଭଳି ପ୍ୟାକ୍‌ କରନ୍ତୁ। ଏହାକୁ ଏକ ସୁତାରେ ବାନ୍ଧି ଦିଅନ୍ତୁ। ଏବେ ଏହି ପାର୍ସଲକୁ ମଧ୍ୟମ ଆଞ୍ଚରେ ରଖନ୍ତୁ। ପୋଡ଼ିବା ବାସ୍ନା ଆସିଲେ, ଅପରପାର୍ଶ୍ବକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ବ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍‌ ସମୟ ଲାଗିବ। ସମସ୍ତ ସମଗ୍ରୀ ଭଲ ଭାବେ ସିଝିଗଲା ପରେ ଏହି ପ୍ୟାକ୍‌କୁ ଖୋଲନ୍ତୁ। କଟା ପିଆଜ ସହିତ ସୋରିଷ ତେଲ ପକାଇ ଏହାକୁ ମିକ୍ସ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ କଦଳୀ ପତ୍ରରେ ପୋଡ଼ା ମାଛ ପିସ୍‌। ଏହାକୁ ଷ୍ଟାଟର ଭାବେ ମଧ୍ୟ ଖାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More