ବିଗ ବସ ପରେ ଏହି ଶୋ’ରେ ନଜର ଆସିବେ ଅର୍ଶୀ ଏବଂ ବନ୍ଦଗୀ ।
ବିଗ ବସ ୧୧ରେ ଅର୍ଶୀ ଏବଂ ବନ୍ଦଗୀଙ୍କ ମଧ୍ୟରେ ସଂପର୍କ ଏତେ ଭଲ ଦେଖିବାକୁ ମିଳିନଥିଲା । ତେବେ ଏଭଳି ହୋଇପାରେ ଅନ୍ୟ ଏକ ଶୋ ମାଧ୍ୟମରେ ସେମାନଙ୍କ ଶତ୍ରୁତା ଶେଷ ହୋଇପାରେ । ଖବର ଅନୁସାରେ ଦୁଇଜଣ ‘ଖତରୋଁ କେ ଖିଲାଡ଼ୀ ୯’ରେ ଏକା ସାଙ୍ଗରେ ନଜର ଆସିବେ । ଅର୍ଶୀ ଏହି ଶୋ’କୁ ନେଇ ନିଶ୍ଚିତ ଘୋଷଣା କରି ସାରିଛନ୍ତି କିନ୍ତୁ ବନ୍ଦଗୀଙ୍କର ସାଇନ କରିବା ବାକି ରହିଛି ।
ଖବର ଅନୁସାରେ ବନ୍ଦଗୀ ସାଇନ କରିବେ । ତାଙ୍କୁ ଏହି ଶୋ ପାଇଁ କିଛି ସମୟ ପୂର୍ବରୁ ଅଫର କରାଯାଇଛି । କିନ୍ତୁ କିଛି କମିଟମେଂଟ ଯୋଗୁଁ ସେ ସାଇନ କରିନାହାଁନ୍ତି । ବିଗ ବସ ପରେ ସେ ଖୁବ ଜନପ୍ରିୟ ହୋଇ ସାରିଛନ୍ତି । ତେଣୁ ଶୋ’ର ମେକର୍ସ ତାଙ୍କୁ ଶୋ’ରେ ନେବା ପାଇଁ ଉତ୍ସୁକ ଅଛନ୍ତି ।
ଏହି ଦୁଇଜଣଙ୍କ ବ୍ୟତୀତ ଶୋ’ରେ ଅବିକା ଗୌର,ଜୈନ ଇମାମ,କରଣ ପଟେଲ,ଶମିତା ସେଟ୍ଟୀ,ଜେସମିନ ଭସୀନ ଏବଂ ଏସ ଶ୍ରୀସନ୍ଥ ନଜର ଆସିବେ ।