Only for Entertainment

ରାଗକୁ ଶାନ୍ତ କରିବା ପାଇଁ ନିର୍ମାଣ ହେଉଛି ପାର୍କ!

Justdial
15

କ୍ରୋଧ ଶାନ୍ତି ପାଇଁ ପାର୍କ! ଶୀର୍ଷକଟି ଅନେକଙ୍କୁ ଚକିତ କରିପାରେ, କିନ୍ତୁ ଏହା ସତ। ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ଢାକା ସହରରେ ଏମିତି ଏକ ପାର୍କର ନିର୍ମାଣ ଏବେ ଚାଲିଛି। କ୍ରୋଧିତ ମନକୁ ଶାନ୍ତ କଲା ଭଳି ଅନେକ କିଛି ସରଞ୍ଜାମ ପାର୍କରେ ଖଞ୍ଜାଯିବ। ପ‌ାର୍କ ଭିତରେ କୃତ୍ରିମ ହ୍ରଦ ସାଙ୍ଗକୁ ବଡ଼ ଟେଲିଭିଜନ୍‌, ରେସ୍ତୋଁରା ତଥା ସ˚ଗୀତ ଆଦିର ବ୍ୟବସ୍ଥା ରହିବ। ପାର୍କରେ କିଛି ସମୟ ବସିବା କି˚ବା ବୁଲାବୁଲି ପରେ ଜଣେ ଚାପମୁକ୍ତ ହୋଇପାରିବ। କ୍ରୋଧିତ ମନ ଶାନ୍ତ ପଡ଼ିବ। ପ୍ରାୟ ୩୮ ଏକର ଜମି ଉପରେ ଏହା ନିର୍ମାଣ ହେଉଛି ଏବଂ ଏ ବାବଦରେ ସାତ ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ଏକ ଆକଳନ ଅନୁସାରେ, ଏସିଆର ସହରଗୁଡ଼ିକ ମଧ୍ୟରୁ ଢାକାବାସିନ୍ଦା ସର୍ବାଧିକ ଚାପଗ୍ରସ୍ତ। ପୃଥିବୀରେ ଏହାର ସ୍ଥାନ ସପ୍ତମ। ସହରବାସିନ୍ଦାଙ୍କୁ ଚାପ ଓ କ୍ରୋଧମୁକ୍ତ ରଖିବା ଏବ˚ ସେମାନଙ୍କ ଜୀବନଯାପନ ଶୈଳୀରେ ଉନ୍ନତି ଆଣିବା ଏ ପରି ଅଭିନବ ପଦକ୍ଷେପର ଲକ୍ଷ୍ୟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More