Only for Entertainment

ମଙ୍ଗ ଧରୁଛି ଓଡ଼ିଶା ଇତିହାସ,ବଢିଛି ସମ୍ବଲପୁରୀ ଗୀତର ଚାହିଦା,ବାଙ୍କୀ ମହୋତ୍ସବରେ ସମ୍ବଲପୁରୀ ଗୀତ ସହିତ ଛୋଟ ପିଲାଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ।

youtube
104

ଆଧୁନିକ ଯୁଗର ଅର୍ଥ ନୁହେଁ ନିଜ ଐତିହ୍ୟ ଏବଂ ପରମ୍ପରାକୁ ଭୁଲିଯିବା ।ସମୟର ତାଳେ ତାଳେ ତ ଆଗକୁ ଯିବାକୁ ପଡ଼ିବ କିନ୍ତୁ ବାଦ ଦେବା ନାହିଁ ନିଜ ପ୍ରିୟ ସଂସ୍କୃତିକୁ । କାରଣ ଏହା ସମ୍ମାନର ପ୍ରତୀକ । ଆଜିକାଲି ଯଦିଓ ଆମେ ଆଧୁନିକତାକୁ ଅଧିକ ଗ୍ରହଣ କରୁଛୁ ତଥାପି ପାରମ୍ପରିକ ରୀତିନୀତିଯେ ଆମ ପାଇଁ କେତେ ଗ୍ରହଣୀୟ ତାହା ଭୁଲିବା ଅନୁଚିତ ।ଆଧୁନିକ ନୃତ୍ୟ ଯଦିଓ ସମସ୍ତଙ୍କ ମଧ୍ୟରେ ଅଧିକ ଆଦୃତ ହୋଇଛି ତଥାପି ଏବେ ପାରମ୍ପରିକ ନୃତ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଦେଶ ବାହାରେ ମଧ୍ୟ ଏଥିପାଇଁ ସମ୍ମାନିତ କରାଯାଉଛି । ଶାସ୍ତ୍ରୀୟ ନୃତ୍ୟ ହେଉ ବା ସମ୍ବଲପୁରୀ ଏବେ ଏହି ମସସ୍ତ ନୃତ୍ୟର ଚାହିଦା ମଧ୍ୟ ପୁଣିଥରେ ବଢିବାରେ ଲାଗିଲାଣି । ଛୋଟ ପିଲାଙ୍କ ମଧ୍ୟରେ ଏହି ସ୍ପୃହା ଏବେ ଅଧିକ ମାତ୍ରାରେ ଦେଖାଦେଇଛି,ତେବେ ଏହା କେବଳ ସେମାନଙ୍କ ବାପା ଓ ମା’ ଏବଂ ପରିଜନଙ୍କ ପାଇଁ ସମ୍ଭବ ହୋଇ ପାରିଛି ଯେଉଁମାନେ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା ସହିତ ସେମାନଙ୍କର ମଧ୍ୟ ଏକ ମୁଖ୍ୟ ଯୋଗଦାନ ରହିଛି ଯେଉଁମାନେ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।

ନିକଟରେ ସେହିଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି,ଯାହା ବାଙ୍କୀ ମହୋତ୍ସବରେ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରୀ ଗୀତର ତାଳେ ତାଳେ କୁନି ପିଲାଙ୍କର ନୃତ୍ୟ ସମସ୍ତଙ୍କୁ ଦିୱାନା କରିଛି । ତେବେ ଏହାକୁ ଦେଖିବା ପରେ ଆପଣ ମଧ୍ୟ କହିବେଯେ କେବଳ ଆଧୁନିକ ଗୀତ ନୁହେଁ ବରଂ ପାରମ୍ପରିକ ଗୀତ ମଧ୍ୟ ଆପଣଙ୍କ ମନୋରଂଜନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେବେ ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଆଶା କରାଯାଉଛି ଏହି ପରମ୍ପରା ଆଗକୁ ମଧ୍ୟ ଏହିଭଳି ବଜାୟ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More