Only for Entertainment

ବପ୍ପୀ ଲେହେରୀ ବର୍ଥଡେ ସ୍ପେଶାଲ : ଭାରତକୁ ପପ୍ ମ୍ୟୁଜିକ ଆଣିଥିବା ଶ୍ରେୟ ମିଳିଛି ଏହି କଣ୍ଠଶିଳ୍ପୀଙ୍କୁ , ରେକର୍ଡିଂରେ ବନାଇଛନ୍ତି ବିଶ୍ୱ ରେକର୍ଡ !

DNA India
49

ବଲିଉଡରେ ରକ ଏବଂ ଡିସ୍କୋକୁ ପରିଚିତ କରିଥିବା ପୂରା ଦେଶକୁ ନିଜ ଧୁନରେ ନଚାଇଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ଏବଂ ଗୀତିକାର ବପ୍ପୀ ଲେହେରି ଆଜି ଅର୍ଥାତ ୨୭ନଭେମ୍ବରକୁ ୬୬ବର୍ଷରେ ପହଂଚିଲେ । ସେ ୧୯୫୨ମସିହାରେ ୨୭ନଭେମ୍ବରରେ କୋଲକାତାରେ ଜନ୍ମ ହୋଇଥିଲେ । ସବୁବେଳେ ସୁନାରେ ଛାଇ ହୋଇରହିଥିବା ବପ୍ପୀ ଦା ଦେଖିବାକୁ ଯେପରି ସମସ୍ତଙ୍କ ଠାରୁ ଭିନ୍ନ , ତାଙ୍କ ଗୀତ ମଧ୍ୟ ସେହିପରି ନିଆରା ।

ବପ୍ପୀ ୭୦ଦଶକରେ ବଲିଉଡରେ ପାଦ ଦେଇଥିଲେ ଏବଂ ୮୦ଦଶକ ପର୍ଯ୍ୟନ୍ତ ନିଜା କାୟା ବିସ୍ତାର କରିଥିଲେ । ଯଦିଓ ଆଗକୁ ତାଙ୍କ ସମୟ ଏତେ ଖାସ ହୋଇନଥିଲା । ଏହାପରେ ୨୦୧୧ରେ ସେ ବିଦ୍ୟା ବାଲାନ ଷ୍ଟାରର ଫିଲ୍ମ ଉ..ଲା..ଲା ଗୀତ ଗାଇଥିଲେ । ଯାହା ସୁପରହିଟ ହୋଇଥିଲା । ଏହାପରେ ବପ୍ପୀ ନିର୍ବାଚନ ଜଗତରେ ମଧ୍ୟ ନିର୍ବାଚନୀ ଲଢିଥିଲେ । ୨୦୧୪ରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକଟ ପାଇଥିଲେ ମାତ୍ର ଏହି ନିର୍ବାଚନରେ ହାରିଥିଲେ ।

୧୯୭୭ରେ ବପ୍ପୀ ଦା ଚିତ୍ରାନୀଙ୍କ ସହ ବିବାହ କରିଥିଲେ ଏବଂ ତାଙ୍କୁ ୧୯୭୫ମସିହାରେ ରିଲିଜ ହୋଇଥିବା ଫିଲ୍ମ ଜଖ୍ମୀ କାରଣରୁ ପରିଚୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More