ଶାହରୁଖ ଖାନ କିଛି ଦିନ ହେବ ସୋସିଆଲ ମିଡିଆରେ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି । ଭିଡିଓରେ ଲଗାତାର ତାଙ୍କୁ କେହି ପଚରାଉଚରା କରିବା ପାଇଁ କହୁଛି । ଶେଷରେ କିଙ୍ଗ ଖାନ ଏଭଳି କରିବା ପାଇଁ ମାନି ଯାଇଛନ୍ତି ଏବଂ ଶେଷ ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ସତରେ କିଛି ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି । ସେହି ବ୍ୟକ୍ତି ଜଣକ ଚେହେରାରେ ମାସ୍କ ଲଗାଇଛି । ଦର୍ଶକ ଏହା ଲଗାଇଛନ୍ତି ଯେ ଭିଡିଓରେ ଶାହରୁଖଙ୍କ ସହ ଇମରାନ ହାସମୀ ଅଛନ୍ତି ଏବଂ ‘ବାର୍ଡ ଅଫ ବ୍ଲଡ’ପାଇଁ ତାଙ୍କ ପଚରାଉଚରା କରୁଛନ୍ତି ।
ତେବେ ଆଜି ଏହାର ପୂରା ଭିଡିଓ ଜାରୀ ହୋଇଛି । ଭିଡିଓରେ ଶାହରୁଖ ଈମରାନଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି ମାତ୍ର ସେ କିଛି ନକହି ଚୁପ ରହିଛନ୍ତି । ଭିଡିଓରେ ଶାହରୁଖ ଅନେକ ଫିଲ୍ମ ବିଷୟରେ ମଧ୍ୟ ଉଠାଇଛନ୍ତି । ଏହାକୁ ଦେଖି ଆପଣ ମଧ୍ୟ ହସିବା ପାଇଁ ବାଧ୍ୟ ହୋଇଯିବେ । ଶେଷରେ ଇମରାନ ନିଜକୁ ‘ବାର୍ଡ ଅଫ ବ୍ଲଡ’ ବୋଲି କହିଛନ୍ତି । ରେଡ ଚିଲିଜ ଏଂଟରଟେନମେଂଟ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ‘ବାର୍ଡ ଅଫ ବ୍ଲଡ’ରେ ଇମରାନ ହାସମୀଙ୍କ ବ୍ୟତୀତ କିର୍ତ୍ତୀ କୁଲ୍ହାରୀ, ବିନୀତ କୁମାର ସିଂ , ଜୟଦୀପ ଅହଲାବତ ଏବଂ ଅମାୟରା ଦସ୍ତୁରଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ରିଭୁ ଦାସଗୁପ୍ତା ଏହି ସିିରିଜର ନିର୍ଦ୍ଦେଶନା କରିଛନ୍ତି ଏବଂ ଏହି ସିରିଜ ୨୭ସେପ୍ଟେମ୍ବରରେ ନେଟଫ୍ଲିକ୍ସରେ ସ୍ଟ୍ରିମ ହେବ ।