Only for Entertainment

ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

clipzui
0 67

ଓଲିଉଡରେ ଆରମ୍ଭ ହୋଇଯାଇଛି ‘ନିମକି’ଙ୍କ ଯାତ୍ରା । ମାନେ ଆଗାମୀ ଓଲିଉଡ୍ ପଲିଟିକାଲ୍ ଡ୍ରାମା ଫିଲ୍ମ ନିମକି – ନିମପୁରରୁ ନବିନ ନିବାସର ଆରମ୍ଭ ହେବାକୁ ଯାଉଛି ସୁଟିଂ । ଫିଲ୍ମର ଶୁଭ ମୁହୁରତ ନିକଟରେ ରୁପେଲି ସହର କଟକରେ ଅନୁଷ୍ଠିତ ହୋଇ ଯାଇଛି । ଏହା ଏକ ମହିଳା କେନ୍ଦ୍ରୀକ ଚଳଚ୍ଚିତ୍ର ହୋଇଥିବା ବେଳେ, ଏଥିରେ ମୁଖ୍ୟ ଭୂମିକାରେ ବର୍ଷାଙ୍କୁ ଦେଖିବାକୁ ମିଳିବ । ବହୁଦିନ ପରେ ଏହି ଫିଲ୍ମ ଜରିଆରେ ରୂପେଲି ପରଦାକୁ ଫେରୁଛନ୍ତି ବର୍ଷା ଏବଂ ଫିଲ୍ମକୁ ନେଇ ସେ ଖୁବ ଆଶାବାଦୀ ମଧ୍ୟ ଅଛନ୍ତି ।

image

ନିକଟରେ ଏହି ସିନେମାର ଶୁଭ ମୁହୁରତ କଟକରେ ଅନୁଷ୍ଠିତ ହୋଇ ଯାଇଛି । ମୁହୁରତରେ ଫିଲ୍ମର ଲିଡ୍ ନାୟିକା ବର୍ଷା ପ୍ରିୟଦର୍ଶିନୀ ନିଜ ମାଆ ତଥା ବଗତ ଦିନର ଅଭିନେତ୍ରୀ ଦିପା ସାହୁଙ୍କ ସହିତ ନଜର ଆସିଥିଲେ । ଏହାଛଡା ଫିଲ୍ମର ସମସ୍ତ କ୍ରୁ ବି ସାମିଲ୍ ହୋଇଥିଲେ ଏହି ଶୁଭ ମୁହୁରତରେ । ନିଜର ଏହି ଆଗାମୀ ପ୍ରୋଜେକ୍ଟକୁ ନେଇ ଅଭିନେତ୍ରୀ ବର୍ଷା ଅଛନ୍ତି ବେଶ ଏଳ୍ସାଇଟେଡ ଥିବା କହିଛନ୍ତି ।

nimki

ଏହି ଏକ ନାରୀକେନ୍ଦ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇବେ କ୍ରିଏଟିଭ୍ ଡିରେକ୍ଟର୍ ସୁଶାନ୍ତ ମଣି । କିଛି ଦିନ ଆଗରୁ ଫିଲ୍ମର ପ୍ରଥମ ପୋଷ୍ଟ ସେୟାର୍ କରିଥିଲେ ନିର୍ଦ୍ଦେଶକ ସୁଶାନ୍ତ ମଣି । କେବଳ ସେତିକି ନୁହେଁ ଫିଲ୍ମର ଟାଇଟେଲ୍ ସଙ୍ଗର ଲିରିକ୍ସ ଦେଇଛନ୍ତି ସୁଶାନ୍ତ ମଣି । ଆଉ ଏହି ଟାଇଟେଲ୍ ଗୀତ ରେକର୍ଡିଂର ଏକ ଭିଡିଓକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ ।

ଖୁବଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ, ଫିଲ୍ମର କାହାଣୀକୁ ନେଇ କୌଣସି ବିଶେଷ ତଥ୍ୟ ସେୟାର୍ କରି ନାହାଁନ୍ତି ମେକର୍ । ଫଳରେ ଏହି ସିନେମାକୁ ନେଇ ଦର୍ଶକଙ୍କ ଭିତରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More