Only for Entertainment

ଆରମ୍ଭ ହେଲା ଫିଲ୍ମ ସୁଇ ଧାଗାର ସୁଟିଂ । ଏକା ସାଙ୍ଗରେ ନଜର ଆସିବେ ବରୁଣ ଏବଂ ଅନୁଷ୍କା ।

ବରୁଣ ଏବଂ ଅନୁଷ୍କାଙ୍କର ଭିନ୍ନ ଅନ୍ଦାଜ ।
0 47

ବରୁଣ ଏବଂ ଅନୁଷ୍କାଙ୍କର ଆଗାମୀ ଫିଲ୍ମ ସୁଇ ଧାଗାର ପ୍ରଥମ ଲୁକ ସାମ୍ନାକୁ ଆସିଛି । ବରୁଣ ଧାୱନ ନିଜ ଟ୍ୱିଟର ଆକାଉଂଟରେ ଫିଲ୍ମର ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନ ଦେଇଛନ୍ତିଯେ “ମୌଜି ଏବଂ ମମତାଙ୍କୁ ଦେଖିବାକୁ ବାଇବେ ୧୮ ସେପ୍ଟେମ୍ବରକୁ” । ଫିଲ୍ମ ଶରତ କଟାରିୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି ଏବଂ ଫିଲ୍ମର କାହାଣୀକୁ ମଧ୍ୟ ସେ ନିଜେ ଲେଖିଛନ୍ତି ।

ଗତ ଜାନୁୟାରୀରେ ଅନୁଷ୍କା ମଧ୍ୟ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବୁଣାବୁଣି କରୁଥିବାର ନଜର ଆସିଥିଲେ । ବରୁଣ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । ସେ ମଧ୍ୟ ସିଲେଇ କରୁଥିବାର ଏକ ଫଟୋ ସେୟାର କରିଥିଲେ ।

ଫିଲ୍ମର ସୁଟିଂ ମଧ୍ୟପ୍ରଦେଶରେ ଆରମ୍ଭ ହୋଇସାରିଛି ଏବଂ ୨୮ ସେପ୍ଟେମ୍ବରକୁ ଫିଲ୍ମ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ଏହି ଫିଲ୍ମରେ ବରୁଣ ଏବଂ ଅନୁଷ୍କା ପ୍ରଥମ ଥର ପାଇଁ ଏକା ସାଙ୍ଗରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More