Only for Entertainment

ବିବାହ ପାଇଁ ସ୍ଥାନ ଠିକ କଲେ ବରୁଣ, ଅନ୍ୟ ମାନଙ୍କ ଭଳି ବିଦେଶରେ ହେବ ନାହିଁ ବିବାହ ।

30

ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କ ବିବାହ ମାସ ସାମ୍ନାକୁ ଆସିଛି । ଦୁହେଁ ଗୋଆରେ ବିବାହ କରିବା ସହ ପରିବାର ଲୋକେ ବିବାହ ପାଇଁ ଡିସେମ୍ବର ମାସକୁ ବାଛିଥିବା ଜଣା ପଡ଼ିଛି । ଯାହା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଦୁହେଁ ବିଚ୍‌ େଓ୍ଵଡିଙ୍ଗ କରିବାକୁ ମନସ୍ଥ କରିଥିବା ବେଳେ ସେହି ଅନୁସାରେ ସବୁ ଜିନିଷକୁ ପ୍ରସ୍ତୁତ କରିବା ପାଇଁ ପରିବାର ତରଫରୁ ଆୟୋଜନ ଆରମ୍ଭ ହୋଇ ଯାଇଛି । ତେବେ ବିବାହରେ ବନ୍ଧୁ ଏବଂ ପରିବାରବର୍ଗଙ୍କ ସମେତ ବରୁଣ ବଲିଉଡ୍‌ରୁ ନିଜ ନିକଟତମ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଗୋଆରେ ବିବାହ କରିବା ପରେ ଦୁହେଁ ମୁମ୍ବାଇରେ ବିବାହ ଭୋଜି ଦେବେ ।

 

ପୂର୍ବରୁ ଦୁହେଁ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ‘କଲଙ୍କ’ର ପ୍ରମୋସନ ସମୟରେ ବରୁଣ ସେ ସବୁ ଖବରକୁ ଗୁଜବ ବୋଲି କହି ଚର୍ଚ୍ଚାକୁ ଶେଷ କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More