Only for Entertainment

ମିଷ୍ଟର ବଜାଜଙ୍କ ଭୂମିକାରେ ନଜର ଆସିପାରନ୍ତି ବରୁଣ ସୋବତି ?

india today
0 58

ଗତ କିଛି ଦିନ ହେବ ଏକତା କପୂରଙ୍କ ସିରିଅଲ ‘କସୌଟି ଜିନ୍ଦେଗୀ କି ୨’ର ଚର୍ଚ୍ଚା ଖୁବ ଚାଲିଛି । ଏହି ସିରିଅଲର ପ୍ରଥମ ପାର୍ଟ ଟିଭିରେ ଖୁବ ପପୁଲାର ହୋଇଥିଲା । ଏବେ ପର୍ଯ୍ୟନ୍ତ ଏହି ସିରିଅଲ ବିଷୟରେ ଖବର କନଫର୍ମ ହୋଇଯାଇଛି । ଏଥିରେ ପ୍ରେରଣାଙ୍କ ଭୂମିକାରେ ଲିଡ ରୋଲରେ ନଜର ଆସିବେ ଏରିକା ଫର୍ଣ୍ଣାଡିଜ ।

ଯଦିଓ ଏବେ ପର୍ଯ୍ୟନ୍ତ କନଫର୍ମ ହୋଇ ନାହିଁ ଏହି ସିରିଅଲରେ ଥିବା ଅନୁରାଗ ଚରିତ୍ରର ଭୂମିକା କିଏ ତୁଲାଇବେ । କିନ୍ତୁ ମିଷ୍ଟର ବଜାଜଙ୍କ ଭୂମିକାରେ ଭୂମିକା ତୁଲାଉଥିବା ସମ୍ପର୍କରେ ଏବେ ରିପୋର୍ଟ ଆସିଛି । ସିରିଅଲ ପ୍ରଥମ ପାର୍ଟରେ ଏହି ଭୂମିକା ରୋନିତ ରୟ ତୁଲାଇଥିଲେ, ଏହାର ଦ୍ୱିତୀୟ ପାର୍ଟରେ ବରୁଣ ସୋବତି ଏହି ଭୂମିକାରେ ନଜର ଆସିପାରନ୍ତି । ମାତ୍ର ଏହା ସ୍ପଷ୍ଟ କରି ନାହାନ୍ତି କଳାକାର ।

ଏବେ ଏବେ ଖବର ଶୁଣିବାକୁ ମିଳିଥିଲା ଯେ ଏକତା ସୁମୋନା ଚକ୍ରବର୍ତ୍ତୀଙ୍କୁ ଅନୁରାଗ ବାସୁଙ୍କ ଭଉଣୀ ଭୂମିକାରେ ଆପ୍ରୋଚ କରିଛନ୍ତି ମାତ୍ର ସୁମୋନାଙ୍କ ତରଫରୁ ଏହାର ଅଫିସିଆଲ ଘୋଷଣା କରାଯାଇନାହିଁ । ଏହି ସିରିଅଲରେ କମୋଲିକାର ଭୂମିକାରେ ନଜର ଆସିବେ ହୀନା ଖାନ । ହୀନା ଖାନଙ୍କୁ ନେଇ ଲୁକ ଫାଇନାଲ କରିବାର ପ୍ରୋସେସ ଚାଲିଛି । ଶୁଣିବାକୁ ମିଳିଛି ଯେ ପୂରୁୂଣା କମୋଲିକାଙ୍କ ଲୁକ ଠାରୁ ନୂଆ କମୋଲିକାଙ୍କ ଲୁକ ଭିନ୍ନ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More