Only for Entertainment

କିଏ ବଲିଉଡର ଟପ ଅଭିନେତ୍ରୀ? ସଲମାନଙ୍କ ଖୁଲାସା ।

aajtak
0 49

ସୁପରଷ୍ଟାର ସଲମାନଙ୍କ କହିବା ଅନୁସାରେ ଚଳିତ ପିଢିରେ ଜ୍ୟାକଲିନ ସବୁଠାରୁ ଭଲ ଅଭିନେତ୍ରୀ । ନିକଟରେ ରେସ ଥ୍ରିର ଟିମ ଫିଲ୍ମର ପ୍ରମୋଶନ ପାଇଁ ମାଧୁରୀ ଦିକ୍ଷୀତଙ୍କ ଶୋ ‘ଡ୍ୟାନ୍ସ ଦିୱୋନେ’ ସେଟରେ ପହଂଚିଥିଲେ ।
ଏହି ମୌକାରେ ସଲମାନ ଏବଂ ଜ୍ୟାକଲିନ ହିରିୟେ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଶୋ’ର ଜଜ ମାଧୁରୀ ଦିକ୍ଷୀତଙ୍କ ସହିତ କଥ ହେବା ସମୟରେ ଜ୍ୟାକଲିନ ଏକ ଦୋ ତିନ ଗୀତର ରିକ୍ରେଏଟକୁ ନେଇ ନିଜର ଭାବନା ମତବ୍ୟକ୍ତ କରିଥିଲେ ।

ତେବେ ଏତେ ଭଲ ଗୀତରେ ଡ୍ୟାନ୍ସ କରିବା ପାଇଁ ଭଗବାନଙ୍କ ଆଶୀର୍ବାଦ ମିଳିବ ବୋଲି କେବେ ମଧ୍ୟ ଆଶା କରିନଥିବା କଥା କହିଥିଲେ ଜ୍ୟାକଲିନ । ଏହାପରେ ଜ୍ୟାକଲିନ ନିଜ କଥା ପୂରା କରିବା ପୂର୍ବରୁ ସଲମାନ ତାଙ୍କୁ ହଠାତ କହିଲେ ଏହି ପିଢିର ତୁମେ ହେଉଛ ସର୍ବଶ୍ରେଷ୍ଟ ଅଭିନେତ୍ରୀ । ତୁମ ଠାରୁ ଭଲ ଅନ୍ୟ କେହି ନୁହଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More