Only for Entertainment

ଖାଦ୍ୟ ହଜମ ଠାରୁ ଆରମ୍ଭ କରି ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ହେଉଥିଲେ ଏହିଭଳି ବ୍ୟବହାର କରନ୍ତୁ ତେଜପତ୍ର,ଚୁଟକୀରେ ଦୂର ହେବ……….. ।

nuts.com
24

ଯଦି ଆପଣ ଫୁଲ ପ୍ଲେଟ ବିରିୟାନୀ ବା କୌଣସି ସ୍ୱାଦିଷ୍ଟ ଖାଦ୍ୟ ଖାଇ ଦେଇଛନ୍ତି ଏବଂ ହଜମ ହେବାରେ ସମସ୍ୟା ସୃଷ୍ଟି ହେଉଛି,ତେବେ ଆପଣ ନିହାତି ଭାବରେ ଅସହଜ ମନେ କରୁଥବେ । କିନ୍ତୁ କ’ଣ ଆପଣ ଜାଣନ୍ତି ଆପଣଙ୍କ ରୋଷେଇ ଘରେ ଥିବା ତେଜପତ୍ର ଆପଣଙ୍କୁ ଏହି ସମସ୍ୟାରୁ ରକ୍ଷା କରିବ ।ଆଜ୍ଞା ହଁ ତେଜପତ୍ରର କଡ଼ା ବାସ୍ନା ଆପଣଙ୍କ ପେଟରେ ଥିବା ତେଲକୁ ବାହାର କରିବାରେ ସାହାଯ୍ୟ କରିବ ।ଏହା ଏକ ଔଷଧ ସଦୃଶ କାମ କରେ ।ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏ,ସି ଓ ଫଲିକ ଏସିଡ ରହିଥାଏ ।ଏହା ହୃତପିଣ୍ଡ ଏବଂ ମଧୁମେହ ପାଇଁ ଖୁବ ଭଲ ।

ତେଜପତ୍ର ଟକ୍ସିନକୁ ବାହାର କରିଦିଏ ଯାହା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥାଏ ।ଡାକ୍ତର ଭାରତ ବି ଅଗ୍ରୱାଲଙ୍କ ବହି ଦ ହିଲିଙ୍ଗ ସ୍ପାଇସେସ’ରେ ଉଲ୍ଲେଖ ଅଛିଯେ ତେଜପତ୍ର ଏକ ପାରମ୍ପରିକ ଔଷଧ ଯାହା ହଜମ ହେବାରେ ସାହାଯ୍ୟ କରେ ।ନିକଟରେ ତୁର୍କୀରେ ହୋଇଥିବା ଏକ ରିସର୍ଚରୁ ଜଣାଗଲାଯେ ଖାଦ୍ୟରେ ଯଦି ଅଧିକ ତେଲ ଖାଇଥିବେ ତେବେ ତାହା ଶରୀରରୁ ବାହାର କରିଦେବ ।ତେଣୁ ହଜମ ପ୍ରକ୍ରିୟା ଠିକ ହୋଇନଥିଲେ ଅତି ସାଧାରଣ ଭାବରେ ଆପଣ ତେଜପତ୍ର ଚା କରି ପିଅନ୍ତୁ ।ଏହା ସହିତ ଗ୍ୟାସ,ଏସିଡିଟି ଆଦି ହୋଇଥିଲେ କିଛି କ୍ରସଡ ତେଜପତ୍ରକୁ ଗରମ ପାଣିରେ ପକାଇ ୧୦ ମିନିଟ ରଖନ୍ତୁ ।ଏହାପରେ ସାମାନ୍ୟ ଗୁଜୁରାତି ଗୁଣ୍ଡ ପକାଇ ଏହି ଚା’କୁ ପିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More