Only for Entertainment

ଗୋଡ଼ ମୋଡ଼ି ହେଉ ବା ରକା, ଭଲ ହେବା ପାଇଁ ଔଷଧ ଭଳି ବ୍ୟବହାର କରନ୍ତୁ ତେଜପତ୍ର

nari
100

ତେଜପତ୍ରକୁ ତ ରୋଷେଇରେ ବ୍ୟବହାର ହୁଏ କିନ୍ତୁ ଏହାକୁ ଔଷଧ ଭାବରେ ମଧ୍ୟ ଆପଣ ବ୍ୟବହାର କରିପାରିବେ । ଏଥିରୁ ଆପଣ ଏକ ତେଲ ପ୍ରସ୍ତୁତ କରିପାରିବେ ଯାହା ଆଂଟି ବ୍ୟାକ୍ଟେରିଆଲ, ଆଂଟି ଫଙ୍ଗଲ, ଆଂଟି ଇମଫ୍ଲାମେଂଟ୍ରି ଏବଂ ପେନ ରିଲିଭିଙ୍ଗ ଔଷଧ ଭାବରେ କାମ କରେ । ତେବେ କିଭଳି ଏହାକୁ ବ୍ୟବହାର କରିବେ ଏବଂ କେଉଁ ସମସ୍ୟା ପାଇଁ ବ୍ୟବହାର କରିବେ ଆଲୋଚନା କରିବା ।

ତେଜପତ୍ରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ସେଲେନିୟମ ଓ ଆଇରନ ପ୍ରଚୁର ମାତ୍ରାରେ ଥାଏ । ଏଥିରେ ଥିବା ଆଂଟି ଅକ୍ସିଡାଂଟ କର୍କଟ, ବ୍ଲଡ କ୍ଲଟିଙ୍ଗ ଏବଂ ହୃଦୟ ସମ୍ବଦ୍ଧିତ ରୋଗରୁ ବଂଚିପାରେ ସହାୟକ ହୁଏ ।

ପ୍ରଥମେ ୧୦ ଗ୍ରାମ ଜୁଆଣି, ୧୦ ଗ୍ରାମ ମେଥି ଓ ୧୦ ଗ୍ରାମ ତେଜପତ୍ରକୁ ବାଟନ୍ତୁ । ଏବେ ଏହାକୁ ପାଣିରେ ପକାଇ ଫୁଟାନ୍ତୁ । ଯେବେ ଏହି ପାଣି ୧୦୦ ବା ୧୫୦ ଗ୍ରାମ ହୋଇଯିବ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଅଂଟାରେ କଷ୍ଟ ହେବା କମ ହୋଇଯାଏ । ଗୋଡ଼ ଆଦି ମୋଡ଼ି ହୋଇ ଯାଇଥିଲେ ବା କୌଣସି ସ୍ଥାନରେ ରକା ହୋଇ ଯାଇଥିଲେ ଭଲ ହୋଇଯିବ । ଶିରାପ୍ରଶିରାରେ ଦରଜ ହେଲେ ଶରୀର ମଧ୍ୟ ଅସୁସ୍ଥ ଲାଗେ, ତେଣୁ ଏହାକୁ ପିଇବା ଦ୍ୱାରା କଷ୍ଟ କମ ହୋଇଯାଏ । କେବେ କେବେ ଖେଳକୁଦ ଆଦି କରି ବା କାମ ଶରୀରରେ ଯନ୍ତ୍ରଣା ହେଉଥିଲେ ତେଜପତ୍ର, ଲବଙ୍ଗ ଏବଂ ଡାଳଚିନିକୁ ବାଟି ଦିଅନ୍ତୁ ଏବଂ କଷ୍ଟ ହେଉଥିବା ସ୍ଥାନରେ ଲଗାନ୍ତୁ, ଏହା ବାମ ଭଳି କାମ କରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More