Only for Entertainment

ଆଦର୍ଶ ଜୀବନସାଥୀ ହେବା ପାଇଁ ଆପଣାନ୍ତୁ କିଛି ଉପାୟ

you tube
0 52

ବିବାହ କେବଳ ଦୁଇଟି ଶରୀର ନୁହେଁ, ଦୁଇ ଆତ୍ମାର ମଧ୍ୟ ମିଳନ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ କେତେ ଖୁସୀ। ତାହା ପରଖିବା ଆପଣଙ୍କ ଦାୟିତ୍ୱ। ତେଣୁ ନିଜକୁ ଜଣେ ଆଇଡିଆଲ୍‌ ବା ଆଦର୍ଶ ଜୀବନସାଥୀ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଦାୟିତ୍ୱ ସଂପୂର୍ଣ୍ଣ କରିବା ଲାଗି ପ୍ରୟାସ କରନ୍ତୁ। ଉଭୟ ନିଜ ଜୀବନସାଥୀ ଉପରେ ବିଶ୍ୱାସ ରଖିବା ଦରକାର। ତେଣୁ ଏହି ବିଶ୍ୱାସ ସବୁବେଳେ ବଜାୟ ରଖିବାର ଚେଷ୍ଟା କରନ୍ତୁ।

hug-hugging-couple-love-mood-people-men-women-happy-wallpaper-2-672x420

କୌଣସି କାରଣରୁ ଦାମ୍ପତ୍ୟ ଜୀବନରେ ଅବିଶ୍ୱାସ ଘର କରିବା ଆରମ୍ଭ କରେ, ତେବେ ଯଥା ଶୀଘ୍ର ଏହା ଦୂର କରନ୍ତୁ। ସବୁ ସ୍ବାମୀ ସ୍ତ୍ରୀମାନଙ୍କଠାରୁ ସମ୍ମାନ ଆଶା କରନ୍ତି। ତେବେ ପ୍ରତିଦାନରେ ସ୍ତ୍ରୀମାନେ ମଧ୍ୟ ସ୍ବାମୀଙ୍କଠାରୁ ସମ୍ମାନ ପାଇବାର ଅଧିକାରୀ। ଏକଥା ସ୍ବାମୀମାନେ ଭୁଲିବା ଅନୁଚିତ। ଏହି ସମ୍ମାନ ପରସ୍ପର ମଧ୍ୟରେ ଭଲପାଇବା ବୃଦ୍ଧି କରିଥାଏ। ପତ୍ନୀଙ୍କୁ କୁହାଯାଏ ଜୀବନ ସଙ୍ଗନୀ। କାରଣ ସେ ପ୍ରତିଟି ପରିସ୍ଥିତିରେ ସ୍ବାମୀର ସହଯୋଗ କରିଥାନ୍ତି। ଏହା ବଦଳରେ ସେ ସବୁବେଳେ ସ୍ବାମୀର ସମର୍ଥନ ଆଶା କରିଥାଏ। ତେଣୁ ଜୀବନର ଯେ କୌଣସି ମୂହୁର୍ତ୍ତ ହେଉ ଅବା ବୟସ ସବୁବେଳେ ଆବଶ୍ୟକସ୍ଥଳେ ସ୍ତ୍ରୀଙ୍କୁ ସମର୍ଥନ କରିବା ସ୍ବାମୀଙ୍କର ଦାୟିତ୍ୱ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More