Only for Entertainment

ଆପଣ ଚିପା ପ୍ୟାଂଟ ପିନ୍ଧୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ !

buzzbooklet
0 74

ବର୍ତ୍ତମାନର ଫ୍ୟାଶନ ଦୁନିଆରେ ନାରୀ ଏବଂ ପୁରୁଷଙ୍କ ପ୍ରଥମ ପସନ୍ଦ ଚିପା ପ୍ୟାଂଟ । ମାତ୍ର ଆପଣ ଜାଣନ୍ତି କି ଆଖିକୁ ସୁନ୍ଦର ଦେଖାଯାଉଥିବା ଚିପା ପ୍ୟାଂଟ ଶରୀର ପାଇଁ କ୍ଷତିକାରକ ? ତେବେ ଆସନ୍ତୁ ଜାଣିବା ଚିପା ପ୍ୟାଂଟ ପିନ୍ଧିବାଦ୍ୱାରା ଶରୀର ଉପରେ କିପରି କୁପ୍ରଭାବ ପଡିଥାଏ ।

ମୂତ୍ରନଳୀ ସଂକ୍ରମଣ ହୁଏ: ଚିପା ପ୍ୟାଣ୍ଟ ମହିଳାମାନଙ୍କ ଗୁପ୍ତାଙ୍ଗରେ ଚାପ ପକାଏ।  ଏହି କାରଣ ପାଇଁ  ମହିଳାଙ୍କ ମୂତ୍ରନଳୀ ଜନିତ ସଂକ୍ରମଣ  ଅଧିକ ସମ୍ଭାବନା ହୁଏ।

ମେରୁଦଣ୍ଡ ଓ ନିତମ୍ବ ଉପରେ କୁପ୍ରଭାବ ପଡ଼େ: ଗବେଷଣା ଅନୁଯାୟୀ ଚିପା ପ୍ୟାଣ୍ଟ ପିନ୍ଧିଲେ ମହିଳା ଓ ପୁରୁଷଙ୍କ ନିତମ୍ବ ଓ ମେଣୁଦଣ୍ଡ ଉପରେ କୁପ୍ରଭାବ ପକାଏ। ପ୍ୟାଣ୍ଟ ଚାପି ହୋଇ ରହିବାଦ୍ୱାରା ଗୋଡ଼ର ଗତି ସୂଚାରୁ ରୂପେ ହୋଇପାରେ ନାହିଁ। ଫଳରେ ଏହାର ପ୍ରଭାବ ନିତମ୍ବ ଓ ମେରୁଦଣ୍ଡ ଉପରେ ମଧ୍ୟ ପଡ଼େ।

ଗୁପ୍ତାଙ୍ଗରେ କର୍କଟ ଆଶଙ୍କା: ଚିପା ପ୍ୟାଣ୍ଟ ପୁରୁଷମାନଙ୍କ ଗୁପ୍ତାଙ୍ଗ ଉପରେ ଚାପ ପକାଇଥାଏ। ଫଳରେ ଭବିଷ୍ୟତରେ ଗୁପ୍ତାଙ୍ଗରେ କର୍କଟ ରୋଗ ମଧ୍ୟ ହୋଇପାରେ।

ସ୍ପର୍ମ କାଉଣ୍ଟସ କମେ: ଚିପା ପ୍ୟାଣ୍ଟ ପୁରୁଷଙ୍କ ଫର୍ଟିଲିଟି ଉପରେ ଖରାପ ପ୍ରଭାବ ପକାଏ। ଅଧିକ ସମୟ ଚିପା ପ୍ୟାଣ୍ଟ ପିନ୍ଧୁଥିବା ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟସ କମିବାର ଆଶଙ୍କା ଅଧିକ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More