Only for Entertainment

ଯେତେବେଳେ ଭାଲୁ ଛୁଆ ଚଢିବାକୁ ଚେଷ୍ଟା କଲା ପାହାଡ, ଭିଡିଓ ହେଲା ଭାଇରାଲ !

timesnow
36

ଆମେରିକାରେ ଏକ ଭିଡିଓ ଫୁଟେଜ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଅନେକ ଲୋକ ପ୍ରେରଣାଦାୟକ ବୋଲି ମାନି ନେଇଛନ୍ତି , କାରଣ ଭିଡିଓ କିଛି ସାମାନ୍ୟ ନୁହେଁ ମାତ୍ର ଏହି ଭିିଡିଓ ଭଲ ଲେସନ ଦେଇଛି । ଯାହା ଦେଖି ଲୋକ ଅନେକ କିଛି ଶିଖି ପାରିବେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଭାଲୁ ଛୁଆ ବରଫ ଆଚ୍ଛାଦିତ ପାହାଡ ଚଢିବା ଲାଗି କିଭଳି କଠିନ ପରିଶ୍ରମ କରିବାରେ ଲାଗିଛି । ୱାଇଲ୍ଡ ଲାଇଫକୁ ନେଇ ଲୋକଙ୍କ ମନରେ ଅନେକ ଜିଜ୍ଞାସା ରହିଥାଏ, ସେହିଭଳି ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ । ଏହି ଭିଡିଓକୁ ସୋସିଆଲ ମିଡିଆରେ ପ୍ରେରଣାଦାୟକ ମ୍ୟାସେଜ ଲେଖି ଶେୟାର କରାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ମା ଭାଲୁ ପାଖକୁ ଯିବା ଲାଗି କଠିନ ପରିଶ୍ରମ କରି ପାହାଡ ଚଢିବାରେ ଲାଗିଛି । ମାତ୍ର ବାରମ୍ବାର ଖସି ଯାଉଛି । ଯାହାର ଦୃଶ୍ୟ ଛିଡା ହୋଇ ଦେଖୁଛି ମା ଭାଲୁ । ମାତ୍ର ଏହି କୁନି ଭାଲୁ ହାର ମାନି ନାହିଁ । ଏହି କୁନି ଭାଲୁ ବାରମ୍ବାର ପ୍ରୟାସ କରି ନିଜ କଡା ପରିଶ୍ରମ ବଳରେ ଶେଷରେ ପହଂଚି ପାରିଛି ମା’ ଭାଲୁ ପାଖରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More