Only for Entertainment

କେଉଁ ପୁରୁଷ ପାଇଁ ସୁନ୍ଦରୀ ସ୍ତ୍ରୀ ବିଷ ସମାନ ଜାଣନ୍ତୁ ।

Bride Destination
0 143

ଆଚାର୍ଯ୍ୟ ଚାଣକ୍ୟ ଜୀବନରେ ସୁଖ ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ଅର୍ଥଶାସ୍ତ୍ରର ରଚନା କରିଛନ୍ତି । ଚାଣକ୍ୟ ନୀତିରେ କୁହାଯାଇଥିବା କଥାର ପାଳନ କଲେ ମନୁଷ୍ୟ ବଡ଼ ବଡ଼ ଅସୁବିଧାରୁ ନିଜକୁ ରକ୍ଷା କରିପାରେ । ଯେଉଁଥି ଲାଗି ଚାଣକ୍ୟ-ନୀତି ଏବେ ବି ପାଳନ କରୁଛନ୍ତି । ଆଜି ଆମେ ଚାଣକ୍ୟ କହି ଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଜଣାଇବୁ । କେଉଁ ପୁରୁଷମାନେ କେଉଁ କଥାରୁ ନିଜକୁ ଦୂରେଇ ରଖିବା ଉଚିତ ସେ ନେଇ ଚାଣକ୍ୟ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ…

୧. କୌଣସି ବୃଦ୍ଧ ପୁରୁଷ ପାଇଁ ସୁନ୍ଦରୀ ସ୍ତ୍ରୀ ବିଷ ସମାନ ବୋଲି ବର୍ଣ୍ଣନା କରାଯାଇଛି । ଚାଣକ୍ୟଙ୍କ ଅନୁଯାୟୀ ବୃଦ୍ଧ ବ୍ୟକ୍ତି ସୁନ୍ଦର ଏବଂ କମ ବୟସ୍କା ମହିଳାଙ୍କୁ ବିବାହ କରିବା ଅନୁଚିତ୍‌ । ସୁଖମୟ ବୈବାହିକ ଜୀବନ ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀ ମାନସିକ ଏବଂ ଶାରୀରିକ ସ୍ତରରେ ଖୁସି ରହିବା ଆବଶ୍ୟକ । ବୃଦ୍ଧ ପୁରୁଷଙ୍କ ବିବାହ ଯଦି କୌଣସି ସୁନ୍ଦର ଏବଂ କମ ବୟସ୍କା ମହିଳାଙ୍କ ସହ ହେଉଛି, ତେବେ ସେ ବିବାହ ସଫଳ ହେବାର ସମ୍ଭାବନା ଖୁବ୍‌ କମ ଥାଏ ।

୨.କୌଣସି ଜ୍ଞାନ ଆହାରଣ କଲେ ତାହାର ଅଭ୍ୟାସ କରିବା ନିତାନ୍ତ ଆବଶ୍ୟକ । ଅଭ୍ୟାସ ବିନା ଶାସ୍ତ୍ର ବିଷୟରେ ଜ୍ଞାନ ନେବା ବ୍ୟର୍ଥ ହୋଇଥାଏ । ଯଦି ଆପଣ ଜ୍ଞାନ ନେବା ପରେ ତାହାର ଅଭ୍ୟାସ କରୁ ନାହାନ୍ତି ତେବେ ସେହି ଜ୍ଞାନ ଆପଣଙ୍କ ପାଇଁ ବିଷ ସମାନ ହୋଇଥାଏ ।

୩. ଯେଉଁ ବ୍ୟକ୍ତିଙ୍କର ପେଟ ଖରାପ ହୋଇଥାଏ । ସେମାନଙ୍କ ପାଇଁ ଭଲ ଭୋଜନ ମଧ୍ୟ ବିଷ ସମାନ ହୋଇଥାଏ। ପେଟ ଖରାପ ହୋଇଥିବା ସମୟରେ ଖାଦ୍ୟ ଖାଇଲେ ତାହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

୪.କୌଣସି ଗରିବ ବ୍ୟକ୍ତିଙ୍କ ପାଇଁ ଗୋଷ୍ଠୀ ବା କୌଣସି ସମାରୋହ ବିଷ ସମାନ ହୋଇଥାଏ । ଗରିବ ବ୍ୟକ୍ତିଙ୍କ ପାଇଁ ପିନ୍ଧିବା ପାଇଁ ଭଲ ପୋଷାକ ନଥାଏ । ଏଭଳି ପରିସ୍ଥିତିରେ ଯଦି ଗରିବ ବ୍ୟକ୍ତି କୌଣସି ସମାରୋହକୁ ଯାଉଛନ୍ତି ତେବେ ସେମାନଙ୍କୁ ଅପମାନିତ ହେବାକୁ ପଡ଼ିଥାଏ । ସେଥିପାଇଁ କୌଣସି ସ୍ୱାଭିମାନୀ ଗରିବ ବ୍ୟକ୍ତିଙ୍କ ପାଇଁ ସମାରୋହକୁ ଯିବା ବିଷ ସମାନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More