Only for Entertainment

ଅଭିନେତ୍ରୀ ଶିଳ୍ପା କିଭଳି ହେଲେ ଏତେ ସୁନ୍ଦର, ଜାଣନ୍ତୁ !

The Indian Express
0 51

ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ କିଏ ବା ନ ଚାହେଁ? ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖି ସବୁବେଳେ ଲୋକଲୋଚନରେ ରହିବାକୁ ସମସ୍ତଙ୍କର ରୁଚି ଥାଏ । ମଡେଲ୍‌ ଟର୍ଣ୍ଣଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବି-ଟାଉନ୍‌ର ଜଣେ ଜଣାଶୁଣା ନାୟିକା।ଅଭିନେତ୍ରୀ ଶିଳ୍ପା ୧୯୯୩ ମସିହାର ‘ବାଜିଗର୍‌’ଫିଲ୍ମ ଜରିଆରୁ ତାଙ୍କର ଅଭିନୟର କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ,ଏପର୍ଯ୍ୟନ୍ତ ସେ ୪୦ଟି ହିନ୍ଦୀ,ତାଲିମ ଓ କନ୍ନଡ ଫିଲ୍ମରେ କାମ କରିସାରିଛନ୍ତି।

ତେବେ କ୍ୟାରିଅର୍‌ର ପ୍ରରମ୍ଭରେ କିଛି ଚଳଚ୍ଚିତ୍ରରେ କାମ କରିସାରିଲା ପରେ ଶିଳ୍ପା ତାଙ୍କ ଚେହେରା ଓ ଫିଗର୍‌ରେ କିଛି ପରିବର୍ତ୍ତନ ଆଣିବାକୁ ଅନୁଭବ କରିଥିଲେ। ଏହାପରେ ସେ ତାଙ୍କ ନାକକୁ ଠିକ୍‌ ଆକୃତି ଦେବା ପାଇଁ ଦୁଇ ଥର ସର୍ଜରି କରିଥିଲେ। ଆଉ ସର୍ଜରି ପରେ ସତକୁ ସତ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ।

ଏତଦ୍‌ବ୍ୟତୀତ ବଲିଉଡର ଏହି ଅଭିନେତ୍ରୀ ଜଣକ ମଧ୍ୟ ନିଜ ଫିଗର୍‌କୁ ଅଧିକ ଆକର୍ଷଣୀୟ ଲୁକ୍‌ ଦେବାପାଇଁ ନିୟମିତ ଯୋଗାଭ୍ୟାସର ବି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବଲିଉଡର ଜଣେ ଟଲ୍‌,ଆଟ୍ରାକ୍ଟିଭ୍‌,ସେକ୍ସି ନାୟିକା ଭାବେ ଲୋକପ୍ରିୟତା ପାଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More