Only for Entertainment

ମୁହଁରେ ଚମକ ଆଣିବାର ଏକ ଭିନ୍ନ ଏବଂ ସହଜ ଉପାୟ ।

Fablore
30

ସୁନ୍ଦର ତ୍ୱଚା ପାଇଁ ଖୁବ ପ୍ରୟାସ କରନ୍ତି । ତାହାପରେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ ଏବଂ ଚିଡ଼ି ଯାଆନ୍ତି । କିନ୍ତୁ ବାସ୍ତବ କଥା ହେଉଛି ଆପଣ ପ୍ରକୃତ ଜିନିଷ ନିକଟରେ ପହଂଚି ପାରନ୍ତି ନାହିଁ ଯେଉଁ କାରଣରୁ ଏଭଳି ସମସ୍ୟା ହୋଇଥାଏ । ତେବେ ଏକ ସାଧାରଣ କଥା ହେଉଛି ଆପଣ ମୁହଁରେ ବେସନ ବ୍ୟବହାର କରନ୍ତି । ଏହା ଦ୍ୱାରା ଆପଣ ଫଳକୃତ ମଧ୍ୟ ହୁଅନ୍ତି, କିନ୍ତୁ ଯଦି ତାହାଠାରୁ ଅଧିକ ସଫଳତା ପାଇବା ପାଇଁ ଚାହାଁନ୍ତି ଆପଣ ସେଥିରେ ପାନକୁ ମିଶାଇ ବ୍ୟବହାର କରିପାରିବେ ।

 

ଯଦି ଆପଣ ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ ପାନପତ୍ରକୁ ୩-୪ମିନିଟ୍ ପାଣିରେ ଫୁଟାଇ ଦିଅନ୍ତୁ। ଏବେ ଏହି ପତ୍ରର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ଅଳ୍ପ ବେସନ ମିଶାଇ ନିଅନ୍ତୁ ଏବଂ ତ୍ବଚାରେ ଲଗାଇନିଅନ୍ତୁ। ଏହାକୁ ତ୍ବଚାରେ ୧୫ମିନିଟ୍ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହି ଫେସ୍ ପ୍ୟାକ୍ ଦ୍ବାରା ତ୍ବଚାରେ ଚମକ ଆସିବ।

ଯଦି ଆପଣ ପାନପତ୍ର ବ୍ୟବହାର କରୁଛନ୍ତି ତେବେ ତ୍ବଚାରେ ଚମକ ଆସିବା ସହ ତ୍ବଚା ଜନିତ ସମସ୍ୟା ମଧ୍ୟ ଦୂର ହେବ। ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ପାନପତ୍ର ପେଷ୍ଟରେ ହଳଦୀ ମିଶାଇ ବ୍ରଣ ହେଉଥିବା ସ୍ଥାନରେ ଲଗାନ୍ତୁ। ଅଳ୍ପ ସମୟ ପରେ ଧୋଇ ନିଅନ୍ତୁ। ସପ୍ତାହରେ ୩-୪ଥର ଏପରି କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

 
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More