Only for Entertainment

ସୁନ୍ଦରତା ବଜାୟ ରଖିବା ପାଇଁ କରନ୍ତୁ ଏହି ଉପାୟ ।

10
  • ସକାଳର ଆରମ୍ଭ ଲେମ୍ବୁପାଣିରୁ କରନ୍ତୁ। ଏହା ଦ୍ବାରା ଶରୀରର ସମସ୍ତ ଦୂଷିତ ପଦାର୍ଥ ବାହାରକୁ ବାହାରିଯିବ।
    ପ୍ରତିଦିନ ଅନ୍ତତଃ ୩ ଲିଟର ପାଣି ପିଅନ୍ତୁ। ଏହା ଦ୍ବାରା ଆପଣଙ୍କ ତ୍ବଚା ସୁସ୍ଥ ରହିବ।
    ତ୍ବଚା ଅନୁଯାୟୀ ଫେସୱାସ୍ କିଣନ୍ତୁ।
    ଯେତେବେଳେ ବି ମୁହଁ ଧୋଇବେ ମଶ୍ଚରାଇଜର୍ ନିଶ୍ଚୟ ଲଗାନ୍ତୁ। – ସପ୍ତାହରେ ଥରେ ନିଶ୍ଚୟ ସ୍କ୍ରବ୍ କରନ୍ତୁ। ଏହା ଦ୍ବାରା ମୃତ କୋଷୀକାଗୁଡ଼ି୍କ ବାହାରିଯିବ।
    ଚେହେରାକୁ ବାରମ୍ବାର ଛୁଅନ୍ତୁ କିମ୍ବା ରଗଡ଼ନ୍ତୁ ନାହିଁ। ବ୍ରଣ ହୋଇଥିଲେ ଏପରି ବିଲକୁଲ୍ କରନ୍ତୁନି।
    ଚେହେରାକୁ ପ୍ରତିଦିନ ଟୋନର୍, କ୍ଲିଞ୍ଜର ଏବଂ ଗୋଲାପ ଜଳରେ ସଫା କରନ୍ତୁ।
    ଯେତେବେଳେ ବି ବାହାରକୁ ଯିବେ ସନସ୍କ୍ରିନ୍ ନିଶ୍ଚୟ ଲଗାନ୍ତୁ।
    ଆଖିତଳ କଳା ପଡ଼ିବାରୁ ମୁକ୍ତି ପାଇବାକୁ ହେଲେ ଅତିକମରେ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
    ଯଦି ଓଠ ଫାଟୁଛି ତେବେ ଲିପ୍ ବାମ୍ ନିଶ୍ଚୟ ଲଗାନ୍ତୁ।
    ସୁନ୍ଦର ଦାନ୍ତ ପାଇଁ ଦିନକୁ ଦୁଇଥର ବ୍ରଶ୍ କରନ୍ତୁ।
    ଯଦି ଚା, କଫି କିମ୍ବା କୌଣସି ଜୁସ୍ ପିଇଛନ୍ତି ତେବେ ଟିଥ୍ ହ୍ବାଇଟନରରେ ଦାନ୍ତ ନିଶ୍ଚୟ ସଫା କରନ୍ତୁ।
    ସେହିପରି ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଆଇବ୍ରୋ ସେପ୍ ନିଶ୍ଚୟ କରନ୍ତୁ।
    ଆଖି ପତା ଲମ୍ବା କରିବାକୁ ଚାହୁଁଥିଲେ ପ୍ରତିଦିନ ନଡିଆ ତେଲ ଲଗାଇ ଶୁଅନ୍ତୁ।
    ସପ୍ତାହକୁ ଦୁଇ ଥର ଶାମ୍ପୋ ନିଶ୍ଚୟ କରନ୍ତୁ। ଶାମ୍ପୋ କରିବା ପୂର୍ବଦିନ ରାତିରେ କେଶରେ ଭଲ ଭାବରେ ତେଲ ମାଲିସ୍ କରନ୍ତୁ। ଏପରି କଲେ କେଶ ସୁନ୍ଦର ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More