Only for Entertainment

ଏହି କାରଣରୁ ମହିଳାମାନେ ନଡିଆ ଭାଙ୍ଗିବା ଅନୁଚିତ ।

zee news
0 104

ନଡିଆକୁ ଶ୍ରୀଫଳ ବୋଲି ସମସ୍ତେ ଜାଣନ୍ତି । ଯେତେବେଳେ ଭଗବାନ ବିଷ୍ଣୁ ପୃଥିବୀରେ ଅବତାର ନେଇଥିଲେ ସେତେବେଳେ ସେ ତାଙ୍କ ସହ ଲକ୍ଷ୍ମୀ, ନଡିଆ ଗଛ ଏବଂ କାମଧେନୁ ଅର୍ଥାତ ଗାଇକୁ ସାଙ୍ଗରେ ନେଇ ଆସିଥଲେ । ଏହି କାରଣରୁ ନଡିଆକୁ ଏହାକୁ ଶ୍ରୀଫଳ କୁହାଯାଇଥା, କାରଣ ଏହାର ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ସହ ସମ୍ପର୍କ ରହିଛି । ନଡିଆରେ ତ୍ରୀଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବାସ କରନ୍ତି ବୋଲି ମାନ୍ୟତା ରହିଛି । ନଡିଆ ଭଗବାନ ଶିବଙ୍କର ପ୍ରିୟ ଫଳ ଅଟେ । ମାନ୍ୟତା ଅନୁସାରେ ନଡିଆରେ ଦେଖାଯାଉଥିବା ତିନି ଆଖି ସଦୃଶ ସଙ୍କେତକୁ ଶିବଙ୍କ ତ୍ରିନେତ୍ର ଭାବେ ମଧ୍ୟ ଦେଖାଯାଇଥାଏ । ଶ୍ରୀଫଳ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ହ୍ରାସ ଘଟିଥାଏ । ଭଗବାନଙ୍କୁ ବଡିଆ ପ୍ରଦାନ କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

ଭାରତୀୟ ପୂଜା ପଦ୍ଧତି ଅନୂଯାୟୀ ଶ୍ରୀଫଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । କୌଣସି ପୂଜା ହେଉ ନା କାହିଁକି ନଡିଆ ପ୍ରଦାନ ବିନା ପୂଜା ସଂପୂର୍ଣ୍ଣ ହୋଇ ନଥାଏ । ମହିଳାମାନେ ନଡିଆ ଫଟାଇବା ଶୁଭ ନୁହେଁ ବୋଲି ମଧ୍ୟ ଏକ ତଥ୍ୟ ରହିଛି । କାରଣ ଶ୍ରୀଫଳ ବିଜ ଫଳ ଅଟେ , ତେଣୁ ଏହାକୁ ପ୍ରଜନନ କାରକ ସହ ଯୋଡା ଯାଇଛି । ଶ୍ରୀଫଳକୁ ପ୍ରଜନନ କ୍ଷମତା ସହ ସଂଯୋଗ କରାଯାଇଛି । ମହିଳାମାନେ ବିଜ ରୂପେ ହିଁ ଶିଶୁଙ୍କୁ ଜନ୍ମ ଦେଇଥାଆନ୍ତି ଏବଂ ଏହି କାରଣରୁ ମହିଳାମାନଙ୍କୁ ନଡିଆ ଭାଙ୍ଗିବାକୁ ବାରଣ କରାଯାଇଥାଏ । ଏହା ସେମାନଙ୍କ ଅଶୁଭ ଅଟେ । ଦେବୀ-ଦେବତାଙ୍କୁ ଶ୍ରୀଫଳ ପ୍ରଦାନ କଲା ପରେ ପୁରୁଷମାନେ ହିଁ ଏହାକୁ ଭାଙ୍ଗିବା ଜରୁରୀ ଅଟେ । ଶନିଙ୍କୁ ଶାନ୍ତି କରାଇବା ଅର୍ଥେ ନଡିଆ ପାଣିରେ ଶିବ ଲିଙ୍ଗର ରୁଦ୍ରାଭିଷେକ କରିବା ଶାସ୍ତ୍ରର ମାନ୍ୟତା ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More