Only for Entertainment

ପ୍ରସ୍ତୁତ କରନ୍ତୁ ବିଅର ଆଣ୍ଡ ଲାଇମ ଚିକେନ ରେସିପି !

33

ବିଅର ଏଣ୍ଡ ଲାଇମ୍‌ ଚିକେନ୍‌ ଏକ ନୂଆ ରେସିପି ଅଟେ, ଯାହା ବିଅର ଏବଂ ଲେମ୍ବୁ ମିଶାଇ ତିଆରି କରାଯାଏ। ଏହି ନିଆରା କମ୍ବିନେସନ ଆପଣଙ୍କୁ ଏକ ମଜାଦାର ସ୍ବାଦ ଦେବ। ଅତିଥିଙ୍କୁ ପରଷିବା ଲାଗି ଏହା ଏକ ପରଫେକ୍ଟ ରେସିପି ଅଟେ। ଏହାକୁ ଆପଣ ନିଜ ଘରେ କମ୍‌ ସମୟରେ କମ୍‌ ପରିଶ୍ରମରେ ତିଆରି କରିପାରିବେ। ଏହାକୁ ଆପଣ କିଟି ପାର୍ଟି, ହାଉସ୍‌ ପାର୍ଟି, ଜନ୍ମଦିନ ଅବସରରେ ତିଆରି କରି ଏହାକୁ ଆହୁରି ଖାସ୍‌ କରିପାରିବେ। ଏହି ସ୍ବାଦିଷ୍ଟ ଡିଶ୍ ତିଆରି କରି ଆପଣ ନିଜ ବନ୍ଧୁ ଓ ପରିବାର ଲୋକଙ୍କୁ ପରଷି ପାରିବେ।

ଆବଶ୍ୟକୀୟ ସାମଗ୍ରୀ:

୬ ପିସ୍‌ ଅଧା କଟା ଚିକେନ୍‌ ବ୍ରେଷ୍ଟ, ୨ ଟେବଲ୍‌ସ୍ପୁନ୍‌ ଲେମ୍ବୁ ରସ, ୨ ଚାମଚ ମହୁ, ୧ ଚାମଚ ଗୋଲମରିଚ ଗୁଣ୍ଡ, ଦେଢ଼ କପ୍‌ ବିଅର, ୪ ପାଖୁଡ଼ା ରସୁଣ, ୩ ଟେବଲସ୍ପୁନ୍‌ ସିଲାଣ୍ଟ୍ରୋ ଓ ସ୍ବାଦାନୁସାରେ ଲୁଣ।



ପ୍ରସ୍ତୁତି ପ୍ରଣାଳୀ:

ଏହି ସ୍ବାଦିଷ୍ଟ ଡିଶ୍‌ ତିଆରି କରିବା ଲାଗି ପ୍ରଥମେ ଏକ ପାତ୍ରରେ ବିଅର, ଲେମ୍ବୁ ରସ, ମହୁ, ରସୁଣ ପେଷ୍ଟ, ଗୋଲମରିଚ ଗୁଣ୍ଡ ଓ ସିଲାଣ୍ଟ୍ରୋ ଢାଳନ୍ତୁ। ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶାନ୍ତୁ। ମହୁ ଭଲ ଭାବେ ମିଳାଇବା ଯାଏ ଛାଡ଼ି ଦିଅନ୍ତୁ। ଏବେ ଏଥିରେ ଚିକେନ୍‌ ପକାଇ ଭଲ ଭାବେ ମିଶାନ୍ତୁ। ଚିକେନ୍‌କୁ ଅଧଘଣ୍ଟା ଯାଏ ମାରିନେଟ୍‌ କରିବାକୁ ଛାଡ଼ିଦିଅନ୍ତୁ। ଏବେ ପାରିଲାସ୍‌ରେ ତେଲ ଲଗାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ମାରିନେଟ୍‌ ହୋଇଥିବା ଚିକେନ୍‌କୁ ଗ୍ରୀଲ୍‌ ଉପରେ ରଖନ୍ତୁ। ଚିକେନ୍‌ର ଦୁଇ ପାର୍ଶ୍ବକୁ ୫ରୁ ୭ ମିନିଟ୍‌ ଯାଏ ଟେଣ୍ଡର ହେବା ଯାଏ ସିଝାନ୍ତୁ। ଚିକେନ୍‌ର ସମ୍ପୂର୍ଣ୍ଣ ଭାବେ ଜୁସ୍‌ ବାହାରିବା ଯାଏ ଏହାକୁ ପୋଡ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବିଅର ଏଣ୍ଡ ଲାଇମ୍‌ ଚିକେନ୍‌ ରେସିପି। ଏହାକୁ ଆପଣ ନିଜ ପସନ୍ଦର ଗ୍ରୀନ୍‌ ଚିଲି ସସ୍‌ କିମ୍ବା ପୁଦିନା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More