Only for Entertainment

ଜାଣନ୍ତୁ କିଭଳି ବିୟରକୁ କେଶରେ ବ୍ୟବହାର କଲେ କେଶ ବଢିବ ।

AajTak
28

ଆଜିକାଲିର ରାସାୟନିକ ପନିପରିବା ଯୁକ୍ତ ଖାଦ୍ୟ ପଦାର୍ଥ ଖାଇ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେଉଛି । ତାହା ବାହ୍ୟ ସମସ୍ୟା ହେଉ ବା ଅନ୍ତଃ ସମସ୍ୟା । କିନ୍ତୁ ପ୍ରତ୍ୟେକଟି ସମସ୍ୟା ଶରୀର ମଧ୍ୟରୁ ହିଁ ଉତ୍ପନ୍ନ ହୋଇଥାଏ । ତାହାର ପ୍ରମୁଖ କାରଣ ହେଉଛି ବାହ୍ୟ ପରିବେଶର ପରିସ୍ଥିତି । ତେବେ ମୁହଁରେ ବିିଭନ୍ନ ପ୍ରକାରର ସମସ୍ୟା ଦେଖାଦେବା ସହିତ କେଶରେ ମଧ୍ୟ ସମସ୍ୟା ଦେଖାଦିଏ । ଯେଉଁ କାରଣରୁ କେଶ ଝଡ଼ା ଦେବା ସହିତ ଶୁଷ୍କ ଦେଖାଯିବା ଆଦି ସମସ୍ୟା ଦେଖାଦିଏ ।

ତେବେ କହିରଖୁଛୁଯେ କେଶକୁ ବିୟରରେ ଧୋଇବା ଦ୍ୱାରା କେଶ ଦୃଢ ହୋଇଥାଏ ।

ବିୟର ଏକ ପ୍ରାକୃତିକ ହେୟାର କଣ୍ଡିସନର । ଏହାକୁ କେଶରେ ବ୍ୟବହାର କରିବା ଦ୍ୱାରା କେଶ ଚମକିଥାଏ । ତେଣୁ ସାମ୍ପୁ କରବିା ପରେ କେଶକୁ ବିୟରରେ ଧୋଇବା ବା ସ୍ପ୍ରେ କରିବା ଦ୍ୱାରା ଭଲ ସଫଳତା ମିଳିଥାଏ । ଏହା ସହିତ କେଶ କୋମଳ ହୋଇଥାଏ ।

ବିୟର ବ୍ୟବହାର କରିବା ଦ୍ୱାରା ନଷ୍ଟ ହୋଇଯାଇଥିବା କେଶ ମଧ୍ୟ ଠିକ ହୋଇଯାଏ । କାରଣ କେମିକଲର କୌଣସି ପ୍ରଭାବ ପଡ଼େ ନାହିଁ । ବିଶେଷ କରି ଡ୍ରାୟର ବ୍ୟବହାର କରିବା ପୂର୍ବରୁ କେଶରେ ସାମାନ୍ୟ ବିୟର ସ୍ପ୍ରେ କରିବା ଦ୍ୱାରା କେଶକୁ କୌଣସି ପ୍ରକାରର କ୍ଷତିରୁ ରକ୍ଷା ମିଳିଥାଏ । ଏହା ସହିତ କେଶ ଶୁଷ୍କ ହୋଇଥିବା ସମସ୍ୟା ହେଉ ବା ଦୋ ମୁହାଁ ସମସ୍ୟା ଆଦିରୁ ମୁକ୍ତି ଦିଏ ବିୟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More