Only for Entertainment

ଘରେ ପ୍ରବେଶ କରିବା ପୂର୍ବରୁ କରନ୍ତୁ ଏହି ସମସ୍ତ କାର୍ଯ୍ୟ, ମିଳିବ ଅନେକ ଫାଇଦା ।

panjab kesari
0 66

ବ୍ୟକ୍ତିର ସ୍ୱଭାବ ହିଁ ବ୍ୟକ୍ତିର ପ୍ରକୃତିର ପରିଚୟ ଅଟେ ଏବଂ ଏହା ବ୍ୟକ୍ତିର ବ୍ୟବହାରରୁ ଦର୍ଶାଇଥାଏ ଯେ ବ୍ୟକ୍ତି ସଫଳତା ହାସଲ କରିବ କି ନାହିଁ । ତେଣୁ ଏଭଳି କହିବା ଅନୁଚିତ ହେବ ନାହିଁ ଯେ ସଫଳତା ଏବଂ ଅସଫଳତା ମନୁଷ୍ୟ ସ୍ୱଭାବରୁ ହିଁ ଜଣା ପଡିଥାଏ । ତେଣୁ ଏଥିପାଇଁ କିଛି ଅଭ୍ୟାସକୁ ଆପଣେଇବା ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କିଛି ଖାସ କଥା, ଯାହା କରିବା ପୂର୍ବରୁ ପାଦ ଧୋଇବା ଜରୁରୀ ବୋଲି ମାନ୍ୟତା ରହିଛି । ଯଦି ଏହି ସମସ୍ତ ତଥ୍ୟ ଉପରେ ବିଶେଷ ଧ୍ୟାନ ନ ରଖାଯାଏ ତେବେ ମନୁଷ୍ୟର ଦୁର୍ଭାଗ୍ୟ ଆରମ୍ଭ ହୋଇପାରେ ।

ଘରେ ପ୍ରବେଶ କରିବା ପୂର୍ବରୁ:
ବାହାରୁ ଆସି ଘରେ ପ୍ରବେଶ କରିବା ପୂର୍ବରୁ ପାଦ ଧୁଅନ୍ତୁ । ଏହା କରିବା ଦ୍ୱାରା କୌଣସି ପ୍ରକାର ନକରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ ।

ପୂଜା ପୂର୍ବରୁ:
ପୂଜା କରିବା ସମୟରେ ଇ୍ୟକ୍ତିର ମନ ଏବଂ ।ରୀର ଶୁଦ୍ଧ ଦେବା ଉଚିତ୍ । ପୂଜା କରିବା ପୂର୍ବରୁ ସମସ୍ତେ ପ୍ରଥମେ ହାତ ଧୋଇଥାଆନ୍ତି, ମାତ୍ର ଗୋଡ ଧୋଇବା ଅଭ୍ୟାସ ହୂଏତ ଖୁବ କମ ଲୋକଙ୍କର ରହିଥାଏ । କିନ୍ତୁ ପୂଜା ପୂର୍ବରୁ ଗୋଡ ଧୋଇବା ମଧ୍ୟ ନିହାତି ଜରୁରୀ ଅଟେ ।

ଶୋଇବା ପୂର୍ବରୁ :
ଆପଣଙ୍କ ଆଗାମୀ ଦିନ ସୁନିଦ୍ରା ଉପରେ ନିର୍ଭର କରିଥାଏ । ଶାସ୍ତ୍ର ମୁତାବକ ଶୋଇବା ପୂର୍ବରୁ ଗୋଡ ଧୋଇବା ଅନିବାର୍ଯ୍ୟ ଅଟେ । ଏହାଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ ।

ଭୋଜନ କରିବା ପୂର୍ବରୁ:
ଶାସ୍ତ୍ର ଅନୁସାରେ ଭୋଜନ କରିବା ପୂର୍ବରୁ ହାତ ସହ ଗୋଡ ଧୋଇବା ନିହାତି ଆବଶ୍ୟକ ଅଟେ । ଏହା କରିବାଦ୍ୱାରା ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହାସହ ଭୋଜନର ସଂପୂର୍ଣ୍ଣ ପୋଷଣ ଶରୀରକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More