Only for Entertainment

ପିଲାମାନଙ୍କର ନାମକରଣ କରିବା ପୂର୍ବରୁ କରନ୍ତୁ ନାହିଁ ଏହି ସବୁ ଭୁଲ

Xpartan
0 53

ପିଲାମାନଙ୍କର ନାମକରଣ କରିବା କୌଣସି ଛୋଟ କଥା ନୁହେଁ । ସେହି ନାମ ଉପରେ ପୂରା ଜୀବନ ନିର୍ଭର କରେ । କାରଣ ସାରା ଜୀବନ ପିଲାଟି ସେହି ନାମରେ ନିଜର ପରିଚୟ ତିଆରି କରିଥାଏ । ଯଦି ଆପଣ ଆପଣଙ୍କ ପିଲାମାନଙ୍କ ନାମ କିଛି ସ୍ଥାନକୁ ନେଇ ବା ମଜାଳିଆ ନାମ ରଖୁଛନ୍ତି, ତେବେ ସେହି ନାମକୁ ନେଇ ଆପଣଙ୍କ ପିଲା ଜୀବନ ସାରା ଅପମାନିତ ଅନୁଭବ କରି ପାରନ୍ତି । ଯଦି ଆପଣ ନବଜାତ ଶିଶୁର ନାମକରଣ କରିବାକୁ ଯାଉଛନ୍ତି, ତେବେ ଏହି କେତୋଟି ଦିଗ ପ୍ରତି ଧ୍ୟାନ ରଖନ୍ତୁ ।

  • ଉଚ୍ଚାରଣ କରିବାକୁ କଷ୍ଟ ହେଉଥିବା ନାମ କେବେ ହେଲେ ରଖନ୍ତୁ ନାହିଁ । ଯାହା ଦ୍ୱାରା ଭବିଷ୍ୟତରେ ଲୋକମାନଙ୍କୁ ନାମ ଉଚ୍ଚାରଣ କରିବା ପୂର୍ବରୁ ୧୦ଥର ଭାବିବାକୁ ପଡ଼ୁଥିବ । ୨-୩ଟି ଶବ୍ଦ ବିଶିଷ୍ଟ ନାମ ରଖନ୍ତୁ, ଯାହା ଦ୍ୱାରା ଲୋକମାନଙ୍କୁ ଉଚ୍ଚାରଣ କରିବାକୁ ସୁବିଧା ହେବ ।
  • କୌଣସି ଦର୍ଶନୀୟ ସ୍ଥାନକୁ ନେଇ ପିଲାମାନଙ୍କ ନାମ ରଖନ୍ତୁ ନାହିଁ । କିଛି ମାତା-ପିତାମାନେ ନିଜ ପିଲାମାନଙ୍କର ନାମ ତାଙ୍କୁ ପସନ୍ଦ ଆସୁଥିବା ସ୍ଥାନକୁ ନେଇ ରଖି ଦେଇଥାନ୍ତି । ଯାହା ଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ସାଙ୍ଗମାନେ ଆପଣଙ୍କ ପିଲାର ନାମକୁ ନେଇ ମଜା ଉଡ଼ାଇ ଥାନ୍ତି । କିଛି ଲୋକ ନିଜ ପିଲାମାନଙ୍କ ନାମ ମଥୁରା, ମଥୁରେଶ୍ୱର ଭଳି ନାମ ରଖି ଥାନ୍ତି । ଯଦି ଆପଣ ଏଭଳି କିଛି ନାମ ରଖିବାକୁ ଭାବୁଛନ୍ତି, ତେବେ ଦ୍ୱିତୀୟ ଥର ଭାବି ନିଅନ୍ତୁ ।
  • ପ୍ରସିଦ୍ଧ ଲୋକମାନଙ୍କର ନାମ ଅନୁସାରେ ନିଜ ପିଲାମାନଙ୍କର ନାମ ରଖନ୍ତୁ ନାହିଁ । କିଛି ଲୋକ ପ୍ରସିଦ୍ଧ ଲୋକମାନଙ୍କର ନାମ ରଖିଲେ ତାଙ୍କ ପିଲା ମଧ୍ୟ ଆଗକୁ ଯାଇ ପ୍ରସିଦ୍ଧି ଲାଭ କରିବେ ବୋଲି ଆଶା କରି ଏପରି କରିଥାନ୍ତି । ଯଦି ଆପଣ ପ୍ରସିଦ୍ଧ ଲୋକମାନଙ୍କର ନାମ ରଖୁଛନ୍ତି ତେବେ ଆପଣଙ୍କ ପିଲା ପ୍ରସିଦ୍ଧି ଲାଭ କରିବା ପରେ ତାର ତାକୁ ଅଲଗା ଭାବରେ କେହି ଜାଣିବେ ନାହିଁ ।
  • ଏମିତି ନାମ ରଖନ୍ତୁ ନାହିଁ ଯାହାକୁ ଶୁଣିବା ପରେ ଲୋକମାନେ ହସିବାକୁ ଲାଗିବେ । କିଛି ଲୋକ ନିଜ ପିଲାଙ୍କ ନାମ ମୁକୁନ୍ଦିଲାଲ, ସନ୍ତରାଚନ୍ଦ୍ର ଭଳି ନାମ ରଖିଥାନ୍ତି । ଯେଉଁ ନାମକୁ ଲୋକମାନେ କହିବା ପୂର୍ବରୁ ଆଗ ହସିବାକୁ ଲାଗି ପଡ଼ନ୍ତି । ଏପରି ନାମ ରଖିବା ଦ୍ୱାରା ଆପଣଙ୍କ ପିଲାର ଆତ୍ମବିଶ୍ୱାସ କମି ଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More