Only for Entertainment

ରୋମାଂଟିକ ସଂପର୍କ ଆରମ୍ଭ କରିବା ପୂର୍ବରୁ ନିହାତି ପଚାରନ୍ତୁ ଏହି ପ୍ରଶ୍ନ ।

Families In Focus
0 52

ଆଜିକାଲି ଯୁବମାନେ ଖୁବାଶୀଘ୍ର ଏକ ସଂପର୍କରେ ବାନ୍ଧି ହୋଇ ଯାଉଛନ୍ତି । ସଂପର୍କରେ ଯୋଡ଼ି ହେବା ପୂର୍ବରୁ କୌଣସି କଥା ନ ଭାବି ସଂପର୍କକୁ ଆଗକୁ ବଢାଉଛନ୍ତି । କିନ୍ତୁ ବେଳେ ବେଳେ ଏଭଳି କିଛି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯାହା ଭାବିବା ପରେ ତାହାର ସମାଧାନ ମିଳିନଥାଏ । ସମସ୍ତ ସମସ୍ୟାକୁ ଆଖି ସାମ୍ନାରେ ରଖି ସଂହପର୍କ ଗଢିବା ପୂର୍ବରୁ ତାହାର ବାସ୍ତବ କାରଣ ଜାଣିବା ପରେ ନିଷ୍ପତ୍ତି ନେବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଥା ଜଣାଇବୁ ଯାହାକୁ ଆପଣ ସଂପର୍କ ଗଢିବା ସମୟରେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଆଲୋଚନା କରିବା ସେହି ସମସ୍ତ କଥା ବିଷୟରେ ।

ଜଣେ ବିଶେଷଜ୍ଞ ଓକିଲଙ୍କ କହିବା ଅନୁସାରେ ଦୁଇ ଜଣ ପାର୍ଟନର କେବେ ମଧ୍ୟ ସଂପର୍କ ଯୋଡ଼ିବା ପୂର୍ବରୁ ଉଭୟ ପରସ୍ପରକୁ କିଛି ପ୍ରଶ୍ନ ପଚାରିବା ଉଚିତ । ଯାହା ଦ୍ୱାରା ଆଗାମୀ ଦିନରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହା ଦବ୍ାରା ମଧୁର ସଂପର୍କ ଗଢି ହୋଇ ପାରିବ ।

ପ୍ରତ୍ୟେକ ସଂପର୍କ ବନ୍ଧୁତାର ଆରମ୍ଭ ହୋଇଥାଏ । ତେଣୁ ସଂପର୍କ ଯୋଡ଼ିବା ପୂର୍ବରୁ ପଚାରିବା ଉଚିତଯେ କ’ଣ ଆମ ସଂପର୍କ ବନ୍ଧୁତାରେ ଆଧାରିତ ଏକ ସଂପର୍କ?

ଦ୍ୱିତୀୟ ପ୍ରଶ୍ନରେ ପଚାରିବା ଉଚିତଯେ କ’ଣ ଆମ ବନ୍ଧୁତାର ସଂପର୍କ ଖୁବ ଗଭୀର?

ଆମ ଦୁଇଜଣଙ୍କର ଚିନ୍ତାଧାରା କ’ଣ ଏକାଭଳି?

ଆମେ କ’ଣ ଉଭୟ ପରସ୍ପର ପାଇଁ କଠିନ ପରିଶ୍ରମ କରି ତ୍ୟାଗପୂର୍ବକ ଜୀବନ ବଂଚିପାରିବା?

କ’ଣ ଆମେ ନିଜ ଅପେକ୍ଷା ଆମ ପାର୍ଟନରକୁ ଅଧିକ ଗୁରୁତ୍ୱ ଦେଇପାରିବା?

କ’ଣ ଆମେ ଆମ ସଂପର୍କକୁ ମଜବୁତ ରଖିବା ପାଇଁ କୌଣସି ମଧ୍ୟ ପ୍ରୟାସ କରିପାରିବା?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More