Only for Entertainment

ଦିନ ଅନୁସାରେ କିଣନ୍ତୁ ସାମଗ୍ରୀ , ମିଳିବ ଧନ ଦେବୀଙ୍କ କୃପା ।

maa durga wallpaper
0 106

ଆଜିକାଲି ସମସ୍ତେ ବାସ୍ତୁ ଏବଂ ଜ୍ୟୋତିଷରେ ଅନେକ ବିଶ୍ୱାସ କରୁଛନ୍ତି । ଏହିକାରଣରୁ ସେମାନେ ଏଠାରେ ଦିଆଯାଇଥିବା ନିୟମକୁ ଆପଣାଉଛନ୍ତି । ଜ୍ୟୋତିଷ କିମ୍ବା ବାସ୍ତୁ ମୁତାବକ ପ୍ରତ୍ୟେକ ଦିନ କୌଣସି ନା କୌଣସି ଗ୍ରହର ଆମ ଜୀବନରେ ସମ୍ବନ୍ଧ ରହିଥାଏ । ଏହିଦିନରେ ଯେଉଁ କାର୍ଯ୍ୟ କରାଯାଇଥାଏ ତାହାର ଶୁଭ-ଅଶୁଭ ପ୍ରଭାବ ବ୍ୟକ୍ତିର ଜୀବନ ଛପରେ ପଡିଥାଏ । ଏହି କଥା ଉପରେ ଧ୍ୟାନ ରଖି କିଣା କିଣି କରିବାଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବା ସହ ଧନପ୍ରାପ୍ତ ମଧ୍ୟ ହୋଇଥାଏ । ଏହାଦ୍ୱାରା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ମଧ୍ୟ ପଡିଥାଏ ।
ରବିବାର:
ରବିବାର ଦିନ ନାଲି ବସ୍ତୁ ଯଥା; ଗହମ, ପର୍ଶ, ଔଷଧ, କଇଁଚି, ଆଖି କିମ୍ବା ଅଗ୍ନି ସମ୍ବନ୍ଧିତ ସାମଗ୍ରୀ କିଣିବା ଶୁଭ ଅଟେ । ଏହା ପରିବର୍ତ୍ତେ ଲୁହା ସାମଗ୍ରୀ, ଫର୍ନିଚର, ହାର୍ଡୱେୟାର, ଗାର୍ଡନିଂ ସାମଗ୍ରୀ ,ଯାନବାହନ ସମ୍ବନ୍ଧିତ ସାମଗ୍ରୀ କିଣିବାଦ୍ୱାରା ଅଶୁଭ ହୋଇଥାଏ ।
ସୋମବାର:
ଏହିଦିନରେ ଚାଉଳ, ବାସନ, ଔଷଧ, କ୍ଷୀର ପ୍ରସ୍ତୁତ ମିଠା ଏବଂ ଆକ୍ୱରିୟମ କିଣନ୍ତୁ । ବହି, ଶସ୍ୟ ସାମଗ୍ରୀ, କମ୍ପ୍ୟୁଟର ଆଦି କିଣନ୍ତୁ ନାହିଁ ।
ମଙ୍ଗଳବାର:
ମଙ୍ଗଳବାର ଦିନ ରୋଷେଇ ଗୃହ ସାମଗ୍ରୀ, ସମ୍ପତ୍ତି, ନାଲି ରଂଗର ବସ୍ତୁ କିଣନ୍ତୁ । ଏହା ଶୁଭ ଅଟେ । ପର୍ସ, ଘର ସଜାଇବା ସାମଗ୍ରୀ, ଜୋତା, ଲୁହା ସାମଗ୍ରୀ କିଣନ୍ତୁ ନାହିଁ ଅଶୁଭ ଅଟେ ।
ବୁଧବାର:
ସ୍ଟେଷନାରୀ, ଖେଳ ସମ୍ବନ୍ଧିତ ସାମଗ୍ରୀ, ଗାଡି, ଘର ସଜାଇବା ସାମଗ୍ରୀ ଆଦି ଶୁଭ । ବାସନ, ଚାଉଳ, ଔଷଧ, ଗ୍ୟାସ – ଜାଳେଣୀ ଆଦି ଅଶୁଭ ଅଟେ ।
ଗୁରୁବାର:
ଏହିଦିନ ଇଲେକ୍ଟୋନିକ୍ସ ସାମଗ୍ରୀ, ପୂଜା-ପାଠ ସାମଗ୍ରୀ, ସମ୍ପତ୍ତି ଶୁଭ ଅଟେ । ଆଖି ସମ୍ପନ୍ଧିତ ସାମଗ୍ରୀ ଯେପରିକି ଚଷମା, ବାସନ , ଜଳ ସମ୍ବନ୍ଧିତ ଶୋ-ପିସ କିଣିବା ଅଶୁଭ ଅଟେ ।
ଶୁକ୍ରବାର:
ପର୍ଶ, ବସ୍ତ୍ର, ଘର-ଦୋକାନ ସଜାଇବା ସାମଗ୍ରୀ, ବେଲ୍ଟ, ଜୋତା, ପ୍ରସାଧନ ସାମଗ୍ରୀ ଶୁଭ ଅଟେ । ଏହାଛଡା ଇଲେକ୍ଟୋନିକ୍ସ ସାମଗ୍ରୀ, ପୂଜା-ପାଠ ସାମଗ୍ରୀ, ସମ୍ପତ୍ତି ଅଶୁଭ ଅଟେ ।
ଶନିବାର:
ଏହିଦିନରେ ମେସିନ, ଫର୍ନିଚର, ହାର୍ଡୱେୟାର, ଯାନବାହନ ସାମଗ୍ରୀ ଏବଂ ପରଦା ଶୁଭ ଅଟେ । ମାତ୍ର ଶସ୍ୟ, ମସଲା, ନାଲି ରଂଗର ସାମଗ୍ରୀ, ରୋଷେଇ ସାମଗ୍ରୀ ଅଶୁଭ ଅଟେ । ଏହାକୁ କିଣନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More