Only for Entertainment

ପ୍ରିୟଙ୍କାଙ୍କ ପରେ ସୁଟିଂ ଆରମ୍ଭରୁ ଫିଲ୍ମ ଛାଡ଼ିଲେ ଦୀପିକା

filmyworldz.in
0 31

ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା କିଛି ଦିନ ପୂର୍ବରୁ କୌଣସି ବ୍ୟକ୍ତିଗତ କାରଣ ଦର୍ଶାଇ ସଲମାନଙ୍କ ସହିତ ସୁଟିଂ କରିବାକୁ ଥିବା ଭାରତ ଛାଡ଼ିଥିଲେ । ଯାହାପରେ ସଲମାନଙ୍କ ସହିତ ତାଙ୍କର ସଂପର୍କରେ କିଛି ମନମାଳିନ ଆସିଯାଇଛି । ଏହା ସହିତ ଫିଲ୍ମର ପ୍ରଡ୍ୟୁସର ମଧ୍ୟ ତାଙ୍କୁ ଅନପୋଫେସନାଲ ବୋଲି ମଧ୍ୟ କହିଥିଲେ । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ତାଙ୍କ ନିର୍ବନ୍ଧ ପାଇଁ ଫିଲ୍ମ ଛାଡ଼ିଥିଲେ ବୋଲି ଜଣା ପଡ଼ିଥିଲା । ତେବେ ବର୍ତ୍ତମାନ ପ୍ରିୟଙ୍କାଙ୍କ ଭଳି ଦୀପିକା ମଧ୍ୟ ସୁଟିଂ ଆରମ୍ଭରୁ ଫିଲ୍ମ ଛାଡ଼ିଥିବା ଶୁଣିବାକୁ ମିଳିଛି ।

ବାସ୍ତବରେ ଫିଲ୍ମ ପଦ୍ମାବତ ପରେ ଦୀପିକା ଇରଫାନ ଖାନଙ୍କ ସହିତ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଥାନ୍ତେ । କିନ୍ତୁ ଇରଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ସେ ବିଦେଶ ଚାଲିଗଲେ ଚିକିତ୍ସା ହେବା ପାଇଁ । ତେବେ ଏହି ଫିଲ୍ମ ଗ୍ୟାଙ୍ଗଷ୍ଟର ସପ୍ନା ଦିଦିଙ୍କ ଉପରେ ଆଧାରିତ । ଏହାର ନିର୍ଦ୍ଦେଶକ ହେଉଛନ୍ତି ବିଶାଲ ଭରଦ୍ୱାଜ । ଏଭଳି ପରିସ୍ଥିତିରେ ଫିଲ୍ମର ସୁଟିଂକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବାରୁ ଦୀପିକା ବିଶାଲଙ୍କୁ ସାଇନିଙ୍ଗ ଆମାଉଂଟ ଫେରାଇ ଦେଇଛନ୍ତି । ଏହା ସହିତ ଦୀପିକା କହିଛନ୍ତିଯେ ପରେ ଦେଖିବା,ଏବଂ ଇରଫାନ ଭଲ ହୋଇ ଭାରତ ଫେରିଲେ ସେ ବିଶାଲଙ୍କୁ ସଂପର୍କ କରିବେ ବୋଲି ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More