Only for Entertainment

ଏହି ସମସ୍ତ କାର୍ଯ୍ୟ ପୂର୍ବରୁ ଗୋଡ ଧୋଇବାଦ୍ୱାରା ଲକ୍ଷ୍ମୀ ହୋଇବେ ସନ୍ତୁଷ୍ଟ !

tieudung
0 59

ସୁଖ ସମୃଦ୍ଧି ଜୀବନ ଯାପନ କରିବା ଲାଗି ଧନର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଧନବାନ ହେବା ଲାଗି ମନୁଷ୍ୟ ଅନେକ ଉପାୟ ଅବଲମ୍ବନ କରେ । ଏହାମଧ୍ୟରୁ ପ୍ରଥମେ ଆପଣ ଆପଣଙ୍କ ଚାଲି ଚଳଣ ଉପରେ ନଜର ଦିଅନ୍ତୁ । ଏତିରେ ଶିଷ୍ଠତା ଏବଂ ସୌମ୍ୟତା ଆରିବା ଆବଶ୍ୟକ ଅଟେ । ଚାଲିଚଳଣ ବ୍ୟକ୍ତିର ପରିଚୟ ପ୍ରଦାନ କରିଥାଏ । ଏହା ଜରିଆରେ ହିଁ ଆପଣଙ୍କ ମନୋବାଂଛା ପୂରଣ ହୋଇପାରିବ । ଗୋଡ ଧୋଇବା ଅଭ୍ୟାସ ଏକ ଏଭଳି ଅଭ୍ୟାସ ଯାହା କିଛି କାର୍ଯ୍ୟ ପୂର୍ବରୁ କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇବେ ।
ଭୋଜନ କରିବା ପୂର୍ବରୁ ହାତ ସମସ୍ତେ ଧୋଇ ଥାଆନ୍ତି, ଆପଣ ଜାଣନ୍ତି କି ଗୋଡ ଧୋଇବା ମଧ୍ୟ ନିହାତି ଜରୁରୀ ଅଟେ । ବୈଜ୍ଞାନିକଙ୍କ ମତ ଅନୁସାରେ ପାଦ ଯେତେ ସଫା ହୋଇଥାଏ ଏହାଦ୍ୱାରା ପାଚନକ୍ରିୟା ଭଲ ହୋଇଥାଏ । ଯେତେବେଳେ ଆପଣ ଆପଣଙ୍କ ଗୋଡ ଧୋଉଛନ୍ତି ଗୋଟେ ଗୋଡ ଉପରେ ଅନ୍ୟ ଗୋଡକୁ ରଗଡି ଧୁଅନ୍ତୁ ନାହିଁ ଏହା କରିବା ଦ୍ୱାରା ଧନହାନି ଭଳି ସମସ୍ୟା ହୋଇଥାଏ ।
ଯେତେବେଳେ ବି ଆପଣ ବାହାରୁ ଆସୁଛନ୍ତି ଘରକୁ ପ୍ରବେଶ କରିବା ପୂର୍ବରୁ ଗୋଡ ଧୁଅନ୍ତୁ । ଏହା କରିବା ଫଳରେ ବାହାରର କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ ।
ଏକାଗ୍ରତା ବଡାଇବା ଲାଗି ଏବଂ ସୁଖମୟ ଜୀବନ ପ୍ରାପ୍ତି ପାଇ ପୂଜା କରିବା ପୂର୍ବରୁ କିମ୍ବା ମନ୍ଦିର ଯିବା ପୂର୍ବରୁ ଗୋଡ ଧୁଅନ୍ତୁ ।
ଯୋଗାଭ୍ୟାସ କରିବାଦ୍ୱାରା ଶରୀରରେ ଏକାଗ୍ରତା ଆସିଥାଏ ଏବଂ ଫୂର୍ତ୍ତି ବଢିଥାଏ । ଏଥିରେ କୌଣସି ପ୍ରକାର ଯଦି ଚାହୁଁ ନାହାନ୍ତି ତେବେ ଯୋଗାଭ୍ୟାସ ପୂର୍ବରୁ ଗୋଡ ଧୋଇବା ଉଚିତ ।
ଶାସ୍ତ୍ର ଅନୁସାରେ ଭଲ ନିଦ ପାଇଁ ଗୋଡ ଭଲ ଭାବେ ଧୋଇ ବିଛଣାକୁ ଯାଆନ୍ତୁ । ଏହାଦ୍ୱାରା ନିଦ ଭଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More