Only for Entertainment

ଗରିବ ହେଲେ ମଧ୍ୟ ଭୁଲି ନାହାଁନ୍ତି ମାନବିକତା । ଭିକ୍ଷା ଟଙ୍କାରୁ କେରଳ ବନ୍ୟା ପିଡ଼ିତଙ୍କୁ ଦେଲେ ୯୪ ଟଙ୍କା ।

kanaknews
0 37

କେରଳର ପ୍ରଳୟଙ୍କରୀ ବନ୍ୟାଯେ କେତେ ଧନ ଜୀବନ କ୍ଷତି ଗ୍ରସ୍ତ କରିଛି ତାହାର କୌଣସି କଳନା ନାହିଁ । ଏହାର ଭୟଙ୍କର ଦୃଶ୍ୟକୁ ହୁଏତ କେବେ ମଧ୍ୟ ଭୁଲିହେବ ନାହିଁ । ଯାହା ମନେ ପକାଇ ଦେଇଛି ୧୯୯୯ର ବାତ୍ୟା । ପରିସ୍ଥିତି ସମାନ । ତଥାପି ଜୀବନ ସହିତ ସଂଘର୍ଷ କରୁଛନ୍ତି ଲୋକ । ଦେଶ ସାରା ଲୋକ ସହାୟତାର ହାତ ବଢାଇଛନ୍ତି । ଏହି ମଧ୍ୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ମଧ୍ୟରେ ଥିବା ମାନବିକତା ନିହାତି ଭ ।ବରେ ଜାଗି ଉଠିବ । ଏହା ହେଉଛି ଜଣେ ଭିକାରୀଙ୍କ କାହାଣୀ । ଯିଏ ନିଜେ ଭିକ୍ଷା ଟଙ୍କାରୁ ୯୪ ଟଙ୍କା ଦାନ କରିଛନ୍ତି କେରଳ ବନ୍ୟା ପିଡ଼ିତଙ୍କ ।

କୋଟ୍ଟାୟମ ନିବାସୀ ମୋହନନ ୪ କିମି ଚାଲି ଚାଲି ଇରାଟ୍ଟୁପେଟା ନଗରପାଳିକାର ପୂର୍ବ ଅଧ୍ୟକ୍ଷ ଟିଏମ୍ ରସିଦଙ୍କ ଘରେ ପହଂଚିଲେ । ରସିଦ୍ ଭାବିଲେ କି ମୋହନନ ଭିକ ମାଗିବା ପାଇଁ ଆସିଛନ୍ତି ଓ ସେ ୨୦ ଟଙ୍କା ଦେଲେ । କିନ୍ତୁ ପରେ ରସିଦ୍ ଏହା ଦେଖିି ଆଶ୍ଚର୍ଯ୍ୟ ହୋଇଗଲେ ଯେ, ମୋହନନ ଟଙ୍କା ନେବା ବଦଳରେ ସିଢ଼ିରେ ବସି ଟଙ୍କା ଗଣିବାକୁ ଲାଗିଲେ । ଏହି ସମସ୍ତ ଘଟଣାକୁ ଫେସବୁକ୍ ରେ ଫୋଷ୍ଟ କରି ଲେଖିଛନ୍ତି କି, “ମୋହନନ ୯୪ ଟଙ୍କା ଦେଲେ ଓ ଏହାକୁ ସିଏମ୍ ରିଲିଫ୍ ଫଣ୍ଡରେ ଦାନ କରିବାକୁ କହିଲେ । ମୋହନନ ନିଜର ସମସ୍ତ ଟଙ୍କା ଗଣିଲେ ଓ ମୋ ପାଖରେ ଛାଡି ଚାଲିଗଲେ ।” ମୋହନନ ହାତରେ ମୁଦ୍ରା ରଖିଲେ ଓ କହିଲେ କି ଗୋଟିଏ କ୍ଷତ ତାଙ୍କର ଜୀବନ ନଷ୍ଟ କରିଦେଇଛି । ସେ କେବଳ ଏତିକି ହିଁ ସହାୟତା କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More