Only for Entertainment

ଭିକ ମାଗୁଥିବା ମହିଳାଙ୍କର ସହିଦଙ୍କୁ ସଲାମ, ଦାନ କଲେ ଜୀବନସାରା ସଂଚିତ ପୁଂଜି !

35

ପୁଲୱାମା ହମଲାରେ ସହିଦ ହୋଇଥିବା ଜବାନଙ୍କ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ନାମୀଦାମୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ହାତ ବଢାଇଛନ୍ତି । ଏହା ମଧ୍ୟରେ ଜଣେ ମହିଳା ଏଭଳି ଅଛନ୍ତି ଯିଏ ତାଙ୍କ ସାରା ଜୀବନ ଅର୍ଜନ କରିଥିବା ଟଙ୍କା ସହିଦ ଜବାନଙ୍କ ପରିବାର ପାଇଁ ସମର୍ପିତ କରିଛନ୍ତି । ଭିକ ମାଗି ଜୀବନ ଅତିବାହିତ କରିଥିବା ମହିଳା ନିଜ ଶେଷ ଇଚ୍ଛାରେ ୬ଲକ୍ଷ ୬୧ହଜାର ୬୦୦ଟଙ୍କା ସହିଦଙ୍କ ପରିବାରକୁ ଦେଇଛନ୍ତି ।

ଅସଲରେ ଦେବକୀ ଶର୍ମା ଅଜମେରର ବଜରଂଗ ଗଢ ସ୍ଥିତ ମାତା ମନ୍ଦିରରେ ୭ବର୍ଷ ଧରି ଭିକ ମାଗି ନିଜ ଗୁଜୁରାଣ ମେଂଟାଉଥିଲେ । ସେ ପ୍ରତିଦିନ ଭିକରୁ ମିଳୁଥିବା ଟଙ୍କା ମନ୍ଦିର କମିଟିରେ ଦାନ କରୁଥିଲେ । କମିଟି ଏହି ବୃଦ୍ଧା ମହିଳାଙ୍କର ଏକ ବ୍ୟାଙ୍କ ଅକାଉଂଟ ଖୋଲି ଦେଇଥିଲେ , ସେଠାରେ ସେ ତାଙ୍କର ସମସ୍ତ ଟଙ୍କା ରଖୁଥିଲେ । ଦେବକୀ ମରିବା ପୂର୍ବରୁ ମନ୍ଦୀ ଟ୍ରଷ୍ଟିଙ୍କୁ କହିଥିଲେ ଯେ ତାଙ୍କ ମରିବା ପରେ ତାଙ୍କ ଜମା ଟଙ୍କାକୁ କୌରସି ଭଲ କାମରେ ଖର୍ଚ୍ଚ କରିବା ପାଇଁ ।

ମନ୍ଦିର ଟ୍ରଷ୍ଟି ସନ୍ଦିପ କହିଛନ୍ତି ଯେ ସମିତି ଏହା ସମ୍ପର୍କରେ ବିଚାର କରି ଶେଷରେ ଏହି ଟଙ୍କାଙ୍କୁ ସହିଦଙ୍କ ପରିବାରକୁ ଦେବା ପାଇଁ ସ୍ଥିର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More