Only for Entertainment

ସୁଟିଂ ସେଟରେ କିଭଳି ବ୍ୟବହାର କରନ୍ତି ଦିବ୍ୟାଙ୍କା?ରହସ୍ୟ ଖୋଲିଲେ କୋ-ଷ୍ଟାର ।

ndtv.com
0 74

ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଦର୍ଶକ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ ନୁହେଁ । ଇଂଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋର୍ସ ଥିବା ମେଗା ଧାରାବହିକ ଅଭିନେତ୍ରୀ ହେଉଛନ୍ତି ଦିବ୍ୟାଙ୍କା ତ୍ରିପାଠୀ । ତେବେ ଟିଭିରେ ସମସ୍ତଙ୍କ ପ୍ରିୟ ହୋଇଥିବା ଏହି ଅଭିନେତ୍ରୀ ବାସ୍ତବ ଜୀବନରେ କେଉଁଭଳି ବ୍ୟବହାର କରନ୍ତି ତାହା ସମସ୍ତେ ଜାଣିବା ଉଚିତ । ଆସନ୍ତୁୂ ଆଲୋଚନା କରିବା ।

ଟିଭି ଶୋ ୟେ ହୈ ମୋହବତେଁରେ ଦିବ୍ୟାଙ୍କାଙ୍କ କୋ-ଷ୍ଟାର ଅପୂର୍ବା ସିଂଙ୍କ କହିବା ଅନୁସାରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ବ୍ୟବହାର ଖୁବ ବିନମ୍ର ଓ ମାଟି ସହିତ ଜଡ଼ିତ ହୋଇଥିବା ଜଣେ କଳାକାର ।

ୟେ ହୈ ମୋହବେତେଁ ସେଟରେ ସେ ଯାହା ଶିଖିବାକୁ ପାଇଛନ୍ତି ତାହା ତାଙ୍କ ପାଇଁ ସବୁଠାରୁ ଖୁସିର ବିଷୟ ବୋଲି ଅପୂର୍ବା କହିଛନ୍ତି । ଏକତା କପୁରଙ୍କ ସହିତ କାମ କରିବାକୁ ମିଳିଥିବାରୁ ସେ ଅଧିକ ଖୁସି ଅଛନ୍ତି । ଅପୂର୍ବା ଏହା ମଧ୍ୟ କହିଲେଯେ ସେ ପ୍ରଥମରୁ ଖୁବ ସହଜରେ ଅଭିନୟ କରୁଥିଲେ କିନ୍ତୁ ଯେତେବେଳେ ଦିବ୍ୟାଙ୍କା ଏବଂ ଅନିତା ଅସନନ୍ଦନୀଙ୍କ ସହିତ ଅଭିନୟ କରିବାକୁ ପଡ଼ିବ ବୋଲି ଜାଣିଲେ ସେ ଚିନ୍ତିତ ହୋଇ ଯାଇଥିଲେ । ସେହି ସମୟରେ ଦିବ୍ୟାଙ୍କା ତାଙ୍କ ନିକଟକୁ ଆସି କଥା ହେବାପରେ ସେ ଆରାମ ଅନୁଭବ କରିଥିଲେ । ତେବେ ରମଣ ଏବଂ ଇଷିତାଙ୍କ ସହିତ ଅଧିକ ଡାଏଲଗ ମିଳୁ ବୋଲି ସେ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More