Only for Entertainment

ହ୍ରିତିକ୍ ରୋଶନ୍ ଓ ବାନୀ କପୁରଙ୍କୁ ମିଳିଲା ହଟେଷ୍ଟ ଯୋଡିର ମାନ୍ୟତା, ଫେମିନା ମାଗାଜିନ୍ ଫଟୋସୁଟରେ ସ୍ଥାନ ପାଇଲା ଦୁହିଁଙ୍କ କେମେଷ୍ଟ୍ରୀ !

61

ଫେମିନାକୁ ମିଳିଲା ବି-ଟାଉନର ହଟେଷ୍ଟ ଯୋଡି । ଏହି ଟ୍ୟାଗ୍ ହାତେଇ ଥିବା ନୂଆ ଯୋଡି ହ୍ରିତିକ୍ ରୋଶନ୍ ଓ ବାନି କପୁର୍ କରିଛନ୍ତି ଫେମିନା ମାଗାଜିନ୍ ପାଇଁ ଫଟୋସୁଟ୍ । ଯେଉଁଥିରେ ଦୁହିଁଙ୍କ ଭରପୁର୍ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ପରସ୍ପରକୁ ଆଲିଙ୍ଗନ କରି କିଛି ଏହିପରି ପୋଜ୍ ଦେବାରେ ନଜର ଆସିଛନ୍ତି ହ୍ରିତିକ୍ ଓ ବାନି । ଏମାନଙ୍କୁ ଷ୍ଟାଇଲ୍ କରାଇଛନ୍ତି ପ୍ରଚିତି ପାରଖ ।

ଭିନ୍ନ ଭିନ୍ନ ମଡର୍ଣ୍ଣ ଆଉଟଫିଟରେ ଦୁହେଁ ନଜର ଆସିଛନ୍ତି ବେଶ୍ ଗର୍ଜିଅସ୍ । ଫେମିନାର ଅକ୍ଟୋବର୍ ମାସ ସଂସ୍କରଣ କଭର୍ ପେଜରେ ହ୍ରିତିକ୍ – ବାନୀଙ୍କ ଫଟୋ ସ୍ଥାନ ପାଇବ । ଏହି ଯୋଡି ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି ଅପକମିଂ ଫିଲ୍ମ ୱାର୍ ରେ । ଆଉ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ତାଙ୍କ ‘ୱାର୍’ର ଘୁଂଙ୍ଗୁରୁ ଗୀତରେ ଦେଖିବାକୁ ମିଳିଛି । ହ୍ରିତିକଙ୍କ ଭଳି ଅଭିନେତ୍ରୀ ବାନୀ କପୁର୍ ମଧ୍ୟ ନିଜ ବେମିଶାଲ୍ ଡ୍ୟାନ୍ସ ମୁଭ୍ସ୍ ଦେଖାଇଛନ୍ତି ଏହି ଗୀତରେ । ଏହି ଗୀତଟି ଅଲରେଡି ସୋସିଆଲ୍ ମିଡିଆରେ ଲୋକପ୍ରିୟତା ହାସଲ୍ କରି ପାରିଛି ।

ବିଶାଲ୍ ଆଣ୍ଡ ଶେଖରଙ୍କ ସଂଗୀତ ନିିର୍ଦ୍ଦେଶନାରେ ପ୍ରସ୍ତୁତ ଏଇ ଗୀତରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଓ ଶିଳ୍ପା ରାଓ । ଫରେନ ଲୋକେସନରେ ଗୀତକୁ ପିକଚରାଇଜ କରାଯାଇଛି । ତେବେ ଏଠାରେ ଆମେ କହି ରଖୁଛୁ ଯେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More