Only for Entertainment

ଗୋଆର ସୁନ୍ଦର ନଜାରାରେ ବାହୁବଳୀ ଅଭିନେତ୍ରୀ କଲେ ଏଭଳି ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ ।

khabarNDTV
0 138

ବିଗବସ ଭଳି ପପୁଲାରିଟି ରିଆଲିଟି ଶୋ’ ଏବଂ ବାହୁବଳୀ ଭଳି ସୁପରହିଟ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ତଥା ଡାନ୍ସର ନୋରା ଫତେହି ଏକ ନୂଆ ଧମାଲ କରିଛନ୍ତି । ନୋରା ତାଙ୍କ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ମୋରକ୍କନ ସଙ୍ଗ ‘ଗଜାଲେ’ରେ ଜମେଇକି ନାଚିଛନ୍ତି । ସେମିତିବି ନୋରା ନିଜ ବେଲି ଡାନ୍ସ ପାଇଁ ପରିଚିତ ଏବଂ ସେ ଗୋଆରେ ସୁନ୍ଦର ପରିସୀମା ମଧ୍ୟରେ ନିଜର ଡାନ୍ସର ଜଲୱା ଦେଖାଇଛନ୍ତି । ନୋରା ଏହି ଡାନ୍ସକୁ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଶେୟାର କରିଛନ୍ତି ।

 

ନୋରା ଫତେହି ଯେଉଁଠି ଡ୍ୟାନ୍ସ କରନ୍ତି ଧମାକା କରନ୍ତି । ୨୬ବର୍ଷୀୟା ନୋରା ବଲିଉଡ ଫିଲ୍ମ ‘ରୋର ଟାଇଗର୍ସ ଅଫ ଦ ସୁନ୍ଦରବନ’ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ‘କ୍ରେଜି କୁକ୍କଡ ଫ୍ୟାମିଲି’ରେ ନଜର ଆସିଥିଲେ ମାତ୍ର ଏହି ଫିଲ୍ମ ବକ୍ସ ଅଫିସରେ କ୍ଳିକ ପରି ପାରି ନଥିଲା । ଫିଲ୍ମରେ ସେ ବଡ ଭୂମିକା ପରିବର୍ତ୍ତେ ଆଇଟମ ସଙ୍ଗ ଜରିଆରେ ସଫଳତା ହାସଲ କରିପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More