Only for Entertainment

ବେନାଫସାଙ୍କୁ ବ୍ଲକ କଲେ ପ୍ରିୟଙ୍କ,ଜାଣନ୍ତୁ କାହିଁକି ପଡ଼ିଲା ପୂର୍ଣ୍ଣଛେଦ ।

hindustan times
0 38

ବିଗବସ ସିଜନ ୧୧ରେ ପ୍ରିୟଙ୍କ ଏବଂ ବେନାଫସାଙ୍କ ସଂପର୍କର ଡୋର ସମସ୍ତେ ଦେଖିଛନ୍ତି । ବେନାଫସାଙ୍କ ପ୍ରତି ପ୍ରିୟଙ୍କଙ୍କ ମନରେ ଫିଲିଙ୍ଗସ ଆସି ଯାଇଥିବା କଥା ମଧ୍ୟ ପ୍ରିୟଙ୍କ ଲଭ ତ୍ୟାଗୀଙ୍କୁ ଏକ ଏପିସୋଡରେ କହିଥିଲେ । କିନ୍ତୁ ବାହାରକୁ ଆସିବା ପରେ ଦୁଇ ଜଣ କେବଳ ଭଲ ବନ୍ଧୁ ବୋଲି ସୂଚନା ଦେଇଥିଲେ । କିନ୍ତୁ ଏବେ ଦୁଇଜଣଙ୍କ ସଂପର୍କରେ ବିଛେଦ ଦେଖାଯାଇଛି ଏବଂ ପ୍ରିୟଙ୍କ ବେନାଫସାଙ୍କୁ ପ୍ରତ୍ୟେକ ସ୍ଥାନରୁ ବ୍ଲକ କରି ଦେଇଛନ୍ତି । ତେବେ ଏହି କଥା ବେନାଫସା ଟ୍ୱିଟ କରି କହିଛନ୍ତି । ସେ ପ୍ରିୟଙ୍କଙ୍କୁ ଏହା ମଧ୍ୟ ଲେଖିଛନ୍ତିଯେ ତୁମେ ମୋତେ ଖୁବ ଭଲ ପାଉଛ,ମୋ ସହିତ କଥା ନ ହୋଇ ଡିପ୍ରେସନରେ ରହୁଛ ତେଣୁ ମୋତେ ବ୍ଲକ କରି ଦେଇଛି । ତେବେ ତୁମ ସହିତ କଥା ହେବା ପାଇଁ ମୋ ପାଖରେ କୌଣସି ବିକଳ୍ପ ନାହିଁ,ତେଣୁ ତୁମେ ମୋତେ କଲ କର । ପ୍ରିୟଙ୍କ ଏକ ଇଂଟରଭ୍ୟୁରେ କହିଥିଲେଯେ ବେନାଫସା ତାଙ୍କୁ ଯେତିକି ଭଲ ପାଆନ୍ତି ତାହା ଠାରୁ ଅଧିକ ସେ ବେନାଫସାଙ୍କୁ ଭଲ ପାଆନ୍ତି ।

କିନ୍ତୁ ଶୋ’ରୁ ବାହାରକୁ ଆସିବା ପରେ ବେନାଫସା ଏହା ମଧ୍ୟ କହିଥିଲେଯେ ପ୍ରିୟଙ୍କ ତାଙ୍କ ଭାଇ ଭଳି । ତେବେ କିଛି ଦିନ ମଧ୍ୟରେ ଦୁଇ ଜଣଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ସବୁକିଛି ଠିକ ଥିବା କଥା ମଧ୍ୟ ପ୍ରିୟଙ୍କ କହିଥିଲେ । ପ୍ରିୟଙ୍କ ଏହା ମଧ୍ୟ କହିଥିଲେଯେ ସେ ଘରୁ ବାହାର ହେବା ସମୟରେ ବେନ ଥାଇଲ୍ୟାଣ୍ଡ ଚାଲି ଯାଇଥିଲେ । ନଚେତ ସେ ପ୍ରିୟଙ୍କଙ୍କ ପାଇଁ ଅପେକ୍ଷା କରିଥାନ୍ତେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More