Only for Entertainment

ଖାଦ୍ୟ ସହ ମିଶାଇ ଖାଆନ୍ତୁ ଆଚାର, ମିଳିବ ଏହି ସବୁ ଫାଇଦା ।

archanaskitchen
0 81

ଭାରତୀୟ ଖାଦ୍ୟରଏକ ଅଭିନ୍ନ ଅଂଶ ଆଚାର। ଆଉ ଦକ୍ଷିଣ ଭାରତରେ ଏହାର ପ୍ରଚଳନ ଖୁବ୍ ଲୋକପ୍ରିୟ। ବିଭିନ୍ନ ପ୍ରକାର ଫଳ ଓ ପନିପରିବାରୁ ଆଚାର ତିଆରି ହୁଏ। ଏଥିରେ ବିଭିନ୍ନ ପ୍ରକାରର ମସଲା ଦିଆ ଯାଇଥାଏ, ଯାହା ଶରୀରକୁ ସୁସ୍ଥ ରଖେ । ଆଚାରରେ ପ୍ରାୟତଃ ଘରୋଇ ସାମଗ୍ରୀର ମିଶ୍ରଣ କରାଯାଏ, ଯାହା ଶରୀର ପ୍ରତି ଲାଭଦାୟକ । ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିବା ସହ ଯକୃତକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଆଚାରର ବିଭିନ୍ନ ଉପକାରିତା ବିଷୟରେ ଜାଣିବା ।

rjdmukogvu-1486125460

ଆଜିକାଲି ଖାଦ୍ୟରେ ଅପମିଶ୍ରଣ ଏବଂ ଏହାକୁ ଖାଇବାର ସମୟ ଠିକ ରହୁ ନ ଥିବାରୁ ଅନେକ ଯକୃତ ରୋଗର ଶିକାର ହୋଇଥାଆନ୍ତି । ଅନେକ ସମୟରେ ପାଚନ ପ୍ରକ୍ରିୟାରେ ଅସୁବିଧା ମଧ୍ୟ ନଜର ଆସିଥାଏ । ଏଣୁ ପ୍ରତିଦିନ ଭାତ କିମ୍ବା ରୁଟି ଖାଇବା ସହିତ ଏହା ସାଥିରେ କିଛି ମାତ୍ରାରେ ଆଚାର ଖାଇବା ଉଚିତ। ଏହା ଦ୍ୱାରା ହଜମ ପ୍ରକ୍ରିୟା ଠିକ ହେବା ସହ ଯକୃତ ସଂପର୍କିତ ରୋଗ ହୋଇ ନ ଥାଏ । ଆଚାରରେ ସୋରିଷ ତେଲ, ରସୁଣ, ଅଦା, ଲଙ୍କା ଏବଂ ଅନେକ ପ୍ରକାରର ଆଣ୍ଟିବାୟୋଟିକ ପୋଷକ ତତ୍ତ୍ୱ ମିଶି ରହିଥାଏ । ଏହା ଆମ ଶରୀରକୁ ଥଣ୍ଡା କାଶରୁ ବି ରକ୍ଷା କରିଥାଏ ।

ଆଚାର ସେବନ ଦ୍ୱାରା ଚର୍ମରେ ହେଉଥିବା ଅନେକ ଗମ୍ଭୀର ରୋଗ ଦୂର ହୋଇଥାଏ। କାରଣ ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡ଼େଣ୍ଟ ଥାଏ ଯାହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଚମକ ଆଣିଥାଏ । ଆଚାରରେ ଥିବା ଅଧିକ ମାତ୍ରାର ଲୁଣ ଶରୀରରେ କ୍ୟାଲସିୟମର ସ୍ତର ଠିକ ରଖିଥାଏ । ଯାହା ଦ୍ୱାରା ହାଡ଼ ମଜବୁତ ହେବା ସହ ଶରୀର ଓ ହାଡ଼ର ଦରଜ କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More