Only for Entertainment

ଜାଣନ୍ତୁ ଅଣ୍ଡା କେଶରର ଫାଇଦା ବିଷୟରେ !

Los Angeles Times
0 36

ସମସ୍ତେ ଜାଣନ୍ତି ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ, ଭିଟାମିନ ଭରି ରହିଛି । ଯେଉଁ ଲୋକ ଫିନନେସକୁ ଗୁରୁତ୍ୱ ଦେଇଥାନ୍ତି ସେମାନେ ସାଧାରତଃ ଅଣ୍ଡାର କେଶରକୁ ଫୋପାଡି ଦେଇ, ଧଳା ଅଂଶକୁ ଖାଇଥାନ୍ତି । ତେବେ ଆପଣ ଜାଣନ୍ତି କି ? ଏହି ଅଣ୍ଡାର କେଶର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ତେବେ ଆସନ୍ତୁ ଜାଣିବା ଅଣ୍ଡାର କେଶରର କେତେକ ଉପକାରୀତା ସମ୍ବନ୍ଧରେ ।

– କେଶରରେ ଥିବା ଭିଟାମିନ ହାଡ଼କୁ ମଜବୁତ କରିଥାଏ ଏବଂ ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହିତ ତ୍ୱଚାକୁ କୋମଳ କରିଥାଏ । ଏଥିରେ ଥିବା ଫ୍ୟାଟ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ ଏ, ଡି, ବି-୬, ବି-୧୨, ଜିଙ୍କ ମଧ୍ୟ ମିଳିଥାଏ ।

– ପୁଷ୍ଟି ବିଜ୍ଞାନୀ ଅଂଶୁଲ ଜୟଭରତଙ୍କ କହିବା ଅନୁସାରେ ଅଣ୍ଡାରେ ପ୍ରୋଟିନ, କ୍ୟାଲସିୟମ, ଓମେଗା-୩ ଫ୍ୟାଟୀ ଏସିଡ ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ପୋଷଣ ତତ୍ୱ ଶରୀର ପାଇଁ ଜରୁରୀ ଅଟେ । ପ୍ରୋଟିନ ମାଂସପେଶୀକୁ ମଜବୁତ କରିଥାଏ । ଓମେଗା-୩ ଫ୍ୟାଟୀ ଏସିଡ ଭଲ କୋଲେଷ୍ଟ୍ରଲ ନିର୍ମାଣ କରିବା ପାଇଁ ସାହାଯ୍ୟ କରିଥାଏ ।

– ଅଣ୍ଡାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ଆମିନୋ ଏସିଡ ମିଳିଥାଏ । ଯାହା ଫଳରେ ଷ୍ଟାମିନା ବଢିଥାଏ । ଅଣ୍ଡାରେ ଥିବା ଭିଟାମିନ ଏ କେଶକୁ ମଜବୁତ କରିବା ସହ ଦୃଷ୍ଟିଶକ୍ତି ବଢାଇଥାଏ । ଅଣ୍ଡାରେ ଥିବା ଫୋଲିକ ଏସିଡ ଏବଂ ଭିଟାମିନ ବି୧୨ ସ୍ତନ କ୍ୟାନସରରୁ ରକ୍ଷା କରିଥାଏ । ଅଣ୍ଡା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଣ୍ଡାର ଧଳା ଅଂଶରେ ଫ୍ୟାଟ ନଥାଏ । ଏହା ଖାଇବା ଦ୍ୱାରା ଓଜନ ବଢିନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More