Only for Entertainment

ନିୟମିତ ପିଅନ୍ତୁ ଆପଲ ସାଇଡ୍‌ର ଭିନେଗାର, ମିଳିବ ଅନେକ ଫାଇଦା ।

Harvard Health
20

ଆପଣ ଜାଣନ୍ତି କି, ଆପଲ୍‌ ସାଇଡ୍‌ର ଭିନେଗାର ଓ ଆପଲ୍‌ ଜୁସ୍‌ ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ? ବିଶେଷଜ୍ଞଙ୍କ ଅନୁଯାୟୀ ଆପଲ ସାଇଡ୍‌ର ଭିନେଗାର ସ୍ୱାସ୍ଥ୍ୟପାଇଁ ଅଧିକ ଲାଭପ୍ରଦ। କେତେକ ଲୋକ ଆପଲ ଭିନେଗାରର ବ୍ୟବହାର ତ କରନ୍ତି, ମାତ୍ର ଏହାର ଉପକାରିତା ସଂପର୍କରେ ଜାଣନ୍ତି ନାହିଁ।

ନିୟମିତ ରୂପେ ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ଆପଲ ସାଇଡ୍‌ର ଭିନେଗାର ମିଶାନ୍ତୁ। ଭୋଜନର ୪୫ ମିନିଟ ପରେ ଏହାକୁ ପିଅନ୍ତୁ। ଏହା ଫଳରେ ଆପଣଙ୍କର ଓଜନ କମିଯିବ ଓ ମେଟାବଲିଜିମ୍‌ କ୍ଷିପ୍ର ହେବ। ଏହି ଭିନେଗାର ଶରୀରରେ ରକ୍ତସୁଗାରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। ଅଧିକମାତ୍ରାରେ ଖାଇବାପରେ ଆପଲ ସାଇଡ୍‌ର ଭିନେଗାର ଖାଇଲେ ହଜମ କ୍ରିୟା ସଠିକ୍‌ ହୋଇଥାଏ।

ଠିକ୍‌ ସେହିପରି ମୁଣ୍ଡରେ ବ୍ୟାକ୍ଟେରିଆ ସଂକ୍ରମଣ ହେଉଥିଲେ ବା କେଶଜନିତ ସମସ୍ୟା ଦେଖା ଦେଲେ ମଧ୍ୟ ଏହା ଉପଯୋଗୀ ହୋଇଥାଏ। ଏକ ଚତୁର୍ଥ କପ୍‌ ପାଣିରେ ଦୁଇ ଚାମଚ୍‌ ଆପଲ ଭିନେଗାର୍‌ ମିଶାନ୍ତୁ। ସେହି ମିଶ୍ରଣକୁ କେଶରେ ଲଗାଇ ସାଂପୁ କରନ୍ତୁ।ଏହାର୨୦ ମିନିଟ ପରେ ସ୍ୱଚ୍ଛ ଜଳରେ କେଶ ଧୋଇ ଦିଅନ୍ତୁଓ ତା’ପରେ ତଉଲିଆରେ ଭଲଭାବରେ ପୋଛି ଦିଅନ୍ତୁ।ଏହା ଫଳରେ କେଶରେ ଚମକ ଆସିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More